Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହୋଟେଲ ସ୍ବାଦକୁ ନେଇ ରାଜନଗରରେ ତେଜୁଛି ଅସନ୍ତୋଷ

Odisha

ହୋଟେଲ ସ୍ବାଦକୁ ନେଇ ରାଜନଗରରେ ତେଜୁଛି ଅସନ୍ତୋଷ

Manini Pattanayak
Browse all articles by Manini Pattanayak
·1 year ago·2 min read
ହୋଟେଲ ସ୍ବାଦକୁ ନେଇ ରାଜନଗରରେ ତେଜୁଛି ଅସନ୍ତୋଷ

କେନ୍ଦ୍ରାପଡା: ହୋଟେଲ ସ୍ବାଦକୁ ନେଇ ରାଜନଗରରେ ତେଜୁଛି ଅସନ୍ତୋଷ। ଧ୍ରୁବଙ୍କ ସ୍ବାଦକୁ କେବେ ଭାଙ୍ଗିବ ପ୍ରଶାସନ? ତହସିଲଦାରଙ୍କ ସ୍ବାଦ ପ୍ରିତି କାହିଁକି? କାହିଁକି ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଉନାହାନ୍ତି ତହସିଲଦାର। ଏପରି ଅନେକ  ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି।ତେଜୁଛି ଅସନ୍ତୋଷ।
ଅର୍ଗସରେ ଖବର ପ୍ରସାରଣ ପରେ ମଙ୍ଗଳବାର ରାଜନଗର ତହସିଲଦାର, ପଟ୍ଟାମୁଣ୍ଡାଇ SDPOଙ୍କ ସମେତ ପୋଲିସ ଉପସ୍ଥିତିରେ ଭିତରକନିକା ପାଖ ବାଙ୍କୁଆଳରେ ଥିବା ସ୍ବାଦ ହୋଟେଲରେ ହୋଇଥିଲା ମାପଚୁପ । ମାପଚୁପ ପରେ ଜଙ୍ଗଲ ଜମି ସମେତ ଗାଁ ଶ୍ମଶାନ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜମି ବି ଜବର ଦଖଲ ହୋଇଥିବା ସ୍ପଷ୍ଟ ହୋଇଛି॥  ଏବେ ଘଟଣାକୁ 4ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ତହସିଲଦାର ଦେଇପାରିନାହାନ୍ତି ତଦନ୍ତ ରିପୋର୍ଟ । ଖୋଦ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏ କଥା କହିଛନ୍ତି ! ରାଜନଗର ତହସିଲଦାର ଓ ବନଖଣ୍ଡ ଅଧିକାରୀଙ୍କ ସ୍ବାଦ ପ୍ରିତି କାହିଁକି ।

ଜିଲ୍ଲାପାଳଙ୍କୁ ବେଖାତିର କାହିଁକି । ସେପଟେ ଧ୍ରୁବଙ୍କ ସହଯୋଗୀ ସୂର୍ଯ୍ୟ ଓ ଅନ୍ୟମାନେ ହୋଟେଲ ମଧ୍ୟରୁ ପାର୍କ ଓ ସୁଇମିଙ୍ଗପୁଲ ଭାଙ୍ଗିଦେଇଥିବା ଜଣାପଡିଛି ! ଯାହାକୁ ନେଇ ରାଜନଗରରେ ଅସନ୍ତୋଷ ।  ବରିଷ୍ଠ ଆଇନଜୀବୀ ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରି ପ୍ରକୃତ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ! ପରିବେଶବିତ ଓ  କଂଗ୍ରେସ ନେତା ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।  ଅଭିଯୋଗ ଧ୍ରୁବଙ୍କ ସ୍ବାଦରେ ବିଜେଡି ସରକାରର ମନ୍ତ୍ରୀ ନେତା କରୁଥିଲେ କ୍ୟାମ୍ପ। ନିର୍ବାଚନବେଳେ ରିତିମତ ଯାଉଥିଲେ ବଡ଼ ନେତା । ଏଠି ରାତି କାଟୁଥିଲେ ଅଭିନେତ୍ରୀ । ଲୋକଙ୍କ ଅଭିଯୋଗ, ବଲେ ବଲେ କେଳେଙ୍କାରୀରେ ଥିବା ଅଭିନେତ୍ରୀ ବି ଡେରା ପକାଉଥିଲେ ଧ୍ରୁବଙ୍କ ସ୍ବାଦରେ । 2019ରୁ ରାଜନଗରର ବିଧାୟକ ଅଛନ୍ତି ଧ୍ରୁବ ସାହୁ ।. ନିଜ ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଏଠି ଚୁପ ବସିଥିଲା ଜିଲ୍ଲା ପ୍ରଶାସନ ଓ ବନବିଭାଗ । ପ୍ରଶ୍ନ, କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଏତେ ଦିନ ହେଲା ଚୁପ୍ ବସିଥିଲେ ସମସ୍ତେ ? । ବିଜେଡି ମୁଖିଆ କହିବେ କି କେଉଁ ଜନସ୍ବାର୍ଥ ପାଇଁ ଜଙ୍ଗଲ ଜମି ଜବର ଦଖଲ କରିଛନ୍ତି ତାଙ୍କ ବିଧାୟକ କାହିଁକି ଚୁପ ନବୀନ ?  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dissatisfaction is rising in Rajnagar regarding the taste of the hotel | Argus News