Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ  ତେଜୁଛି ଅସନ୍ତୋଷ

Odisha

କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ  ତେଜୁଛି ଅସନ୍ତୋଷ

Manini Pattanayak
Browse all articles by Manini Pattanayak
·2 years ago·2 min read
କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡକୁ ନେଇ  ତେଜୁଛି ଅସନ୍ତୋଷ

ଭୁବନେଶ୍ୱର:  କେନ୍ଦ୍ର ଚାଉଳରେ ନବୀନ ବ୍ରାଣ୍ଡ କୁ ନେଇ  ତେଜୁଛି ଅସନ୍ତୋଷ। ମୋରଡ଼ା, ବଡ଼ମ୍ବା, ନିଆଳି  କୋଟପାଡ଼ ପରେ ଆଠଗଡ ଓ ବୌଦ୍ଧରେ ବିରୋଧ। ମୋଦି ଚାଉଳରେ ନିଜ ନାଁ ଛାପି ଶ୍ରେୟ ନେବାକୁ କାହିଁକି ବ୍ୟାକୁଳ ନବୀନ ସରକାର। ଚାଉଳରେ ନବୀନ ଛାପକୁ ଚଞ୍ଚକତା କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
24 ନିର୍ବାଚନ ପୂର୍ବରୁ ପୁଣି ଫେରିଲା ଚାଉଳ ତାତି। ଜାତୀୟ ଖାଦ୍ୟ ସୁରକ୍ଷାରେ ଓଡିଶାର 3 କୋଟି 26 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ଚାଉଳ। ରାଜ୍ୟ ଖାଦ୍ୟ ସୁରକ୍ଷାରେ ମିଳୁଛି 9 ଲକ୍ଷ ଲୋକଙ୍କୁ ଚାଉଳ। ହେଲେ ଡିଲର ପଏଣ୍ଟରେ ମୋଦିଙ୍କ ଫଟୋ ନାହିଁ।  କେବଳ ନବୀନଙ୍କ ଫଟୋ..  ରାଜ୍ୟ ସରକାରଙ୍କ ଏ ଚଞ୍ଚକତାକୁ ବିରୋଧ କରିବା ଆରମ୍ଭ କରିଛି ବିଜେପି...ଦେଖନ୍ତୁ  ଏ ଚିତ୍ରକୁ  ବୌଦ୍ଧର ହରଭଙ୍ଗାରେ  ଜାତୀୟ ଖାଦ୍ୟ ସୁରକ୍ଷାର କେତେ ଓ ରାଜ୍ୟର କେତେ ହିତାଧିକାରୀ ମାଗଣ ଚାଉଳ ନେଉଛନ୍ତି ପଚାରୁଛନ୍ତି ବିଜେପି କର୍ମୀ। ହେଲେ ଉତ୍ତର ନ ଦେଇ ନବୀନଙ୍କ  ଫଟୋ ଲଗାଇବାକୁ ସରକାରୀ ଭାବେ କୁହାଯାଇଛି ବୋଲି କହୁଛନ୍ତି ଡିଲର।

ଆଠଗଡର ଶଙ୍କରପୁରରେ ଚାଉଳ ବଣ୍ଟନ କେନ୍ଦ୍ରରେ ଦୁଇଟି ବ୍ୟାନର ଲାଗିଛି। ଗୋଟିଏ ମୋଦିଙ୍କର  ଆଉ ଗୋଟିଏ ନବୀନଙ୍କର.. ହେଲେ ମୋଦିଙ୍କ ଫଟୋ ଥିବା ବ୍ୟାନରରେ ମାଗଣା ଚାଉଳ କଥା ଲେଖା ଯାଇନି.. କିନ୍ତୁ ନବୀନଙ୍କ ଫଟୋ ଥିବା ବ୍ୟାନରରେ 5 କେଜି ମାଗଣା ଚାଉଳ କଥା ଲେଖାଅଛି... ବିଜେପି ନେତା ଅଭୟ ବାରିକ ଏହାର ପ୍ରତିବାଦ କରି ନବୀନଙ୍କ ଫଟୋ ଥିବା ବ୍ୟାନର କାଢିଥିଲେ.. ସରକାରୀ ତଥ୍ୟ ଅନୁସାରେ ଜାତୀୟ  ଖାଦ୍ୟ ସୁରକ୍ଷା ଆଇନରେ  ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଏକଲକ୍ଷ ୭୫ ହଜାର ୪୨ ଜଣଙ୍କୁ ମାଗଣା  ଚାଉଳ  ମିଳୁଥିବା ବେଳେ  ରାଜ୍ୟ ଖାଦ୍ୟ ସୁରକ୍ଷା ରେ  ମାତ୍ର ୮୦୫ ଜଣଙ୍କୁ  ଚାଉଳ ମିଳୁଛି। ହେଲେ ଅଫିସରଙ୍କ ଚାଲାକି ଦେଖନ୍ତୁ, କେମିତି ମୋଦିଙ୍କ ଫଟୋ ଥିବା ବ୍ୟାନରରେ ଜାଣିଶୁଣି ମାଗଣା ଚାଉଳ କଥା ଲେଖିନାହାଁନ୍ତି।  ଫେବୁଆରୀରୁ ଡିଲର ପଏଣ୍ଟରେ ଚାଉଳ ନେବା ବେଳେ ସବୁ ହିତାଧିକାରୀଙ୍କୁ ନବୀନ ଫଟୋ ଥିବା ବ୍ୟାଗ ଦେବେ ରାଜ୍ୟ ସରକାର.. ଖୋଦ  ପାଟଣାଗଡର ଜଣେ ଯୋଗାଣ ଅଧିକାରୀ  ଏହାର ଖୁଲସା କରିଥିଲେ। 2029 ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳ ଦେବେ ମୋଦି।ଏଥିରେ ରାଜ୍ୟର ଟଙ୍କାଟିଏ ବି ଦେବାର ନାହିଁ. ହେଲେ ଶ୍ରେୟ ନେବା ଲାଳସାରେ ହିତାଧିକାରୀଙ୍କ ନବୀନ ଫଟୋ ଥିବା ବ୍ୟାଗ ଦେବାରୁ ଆରମ୍ଭ କରି ଡିଲର ପଏଣ୍ଟରେ ନବୀନଙ୍କ ମାଗଣା ଚାଉଳ ଦେବାର ପ୍ରଚାରକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର॥ 

 ଅଧିକ ପଢନ୍ତନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Dissatisfaction with Naveen branding in central rice | Argus News