Videos
|
Odisha

ଅସନ୍ତୋଷ ହୋଇ ନବୀନ ନିବାସରୁ ଫେରିଲେ ବିଧାୟକ ଭାଗୀରଥି ସେଠୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅସନ୍ତୋଷ ହୋଇ ନବୀନ ନିବାସରୁ ଫେରିଲେ ବିଧାୟକ ଭାଗୀରଥି ସେଠୀ

ଅର୍ଗସ ବ୍ୟୁରୋ : ଗତକାଲି ହୋଇଥିଲା ବିଜେଡ଼ି ଟିକେଟ ଘୋଷଣା । ଆଜି ନବୀନ ନିବାସରୁ ନିରାଶ ହୋଇଫେରିଲେ ବିଧାୟକ । ଅସନ୍ତୋଷ ହୋଇ ନବୀନ ନିବାସରୁ ଫେରିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି , "ମୋତେ କେହି ଭେଟିଲେ ନାହିଁ। ଆଶା ଏବେ ବି ଅଛି। ଯାହା ନିଷ୍ପତ୍ତି ନେବେ ସୁପ୍ରିମୋ।ବିଧାୟକ ମାନଙ୍କୁ ଯେହେତୁ ପ୍ରାଧାନ୍ୟ ମିଳୁଛି ମୁଁ ମଧ୍ୟ ଆଶାରେ ଅଛି।ଯେହେତୁ ଅନେକ ଆସନ ଘୋଷଣା ହୋଇନି ଅପେକ୍ଷା କରିଛି। "

ଅଧିକ ପଢନ୍ତୁ : ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ

ଅନେକ ପ୍ରତୀକ୍ଷା ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ଟି ବିଧାନସଭା ପଦ ଏବଂ ୧୫ଟି ଲୋକସଭା ପଦ ଘୋଷଣା କରିଛନ୍ତି । ସେଥିରେ ଅନେକ ନୂଆ ମୁହଁଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାଦ୍ବାରା ଅନେକ ପୁରୁଣା ନେତା ନିରାଶ ହୋଇ ନବୀନ ନିବାସରୁ ଫେରିଛନ୍ତି । ସେହିପରି ଅନେକ ଜଣଙ୍କୁ ୨ ଥର ଟିକେଟ ମିଳିଥିବାରୁ ଏହାକୁ ନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dissatisfied, MLA Bhagirathi Sethi returned from Naveen residence | Argus News