Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଢୁଛି ଦୁର୍ଦ୍ଦଶା  

Manini Pattanayak
Browse all articles by Manini Pattanayak
·1 year ago·2 min read
ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଢୁଛି ଦୁର୍ଦ୍ଦଶା  

ସୁବର୍ଣ୍ଣରେଖା : ସୁବର୍ଣ୍ଣରେଖା ବନ୍ୟାରେ ହନ୍ତସନ୍ତ ବାଲେଶ୍ବରବାସୀ।  ଜିଲ୍ଲାର ୩ଟି ବ୍ଲକ୍ ବାଲିଆପାଳ, ଜଳେଶ୍ବର, ଭୋଗରାଇର ୩୫ଟି ପଞ୍ଚାୟତ ବେଶୀ ପ୍ରଭାବିତ ହୋଇଛି । ମୋଟ ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ୮ଟି ଅଗ୍ନିଶମ, ୩ଟି ଓଡ୍ରାଫ୍‌ ଏବଂ ଗୋଟିଏ NDRF ଟିମ୍‌ ମୁତୟନ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସେପଟେ ବନ୍ୟା ନିୟନ୍ତ୍ରଣର ସ୍ଥାୟୀ ପ୍ରତିକାର ପାଇଁ ରୋଡ଼ମ୍ୟାପ୍ କରିବାକୁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକାରେ ବଢୁଛି ଜଳସ୍ତର। ବନ୍ୟାରେ ବେହାଲ୍ ହୋଇପଡିଛି ବାଲେଶ୍ବର ଜିଲ୍ଲା । ୩ଟି ବ୍ଲକ୍ ବାଲିଆପାଳ, ଜଳେଶ୍ବର, ଭୋଗରାଇର ୩୫ଟି ପଞ୍ଚାୟତ ବେଶି ପ୍ରଭାବିତ ହୋଇଛି । ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ରହିଛି । ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ପରେ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି ୮ ଅଗ୍ନିଶମ, ୩ ଓଡ୍ରାଫ୍‌, ୧ NDRF ଟିମ୍‌ ।.. ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡ୍‌ମ୍ୟାପ୍‌ କରିବାକୁ EICଙ୍କୁ କୁହାଯାଇଛି । ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ଆଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟାସ୍ଥିତି ଅନୁଧ୍ୟାନବେଳେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ସହର ସମେତ ଗାଁ ସବୁଠି ଜଳ ପ୍ରଳୟ ସ୍ଥିତି । ବନ୍ୟାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଅନେକ ଗାଁ । ପାଣି ଘେରରେ ଫସି ରହିଛନ୍ତି ଶତାଧିକ ପରିବାର । ରାସ୍ତା, ବ୍ରିଜ୍ ସବୁଠି ବର୍ଷା ପାଣି ଚାଲୁଛି । ଫଳରେ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖାଲି ସେତିକି ନୁହେଁ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଲୋକଙ୍କ ଘରେ ଓ ଦୋକାନରେ ପାଣି ପଶିଛି । 

 ସୁବର୍ଣ୍ଣରେଖା ନଦୀ କେବଳ ବାଲେଶ୍ବର ନୁହେଁ ମୟୂରଭଞ୍ଜ ଜିଲ୍ଲା ପାଇଁ ବି ଦୁଃଖ ଆଣିଦେଇଛି । ନଦୀ ପାଖ ଗାଁରେ ବନ୍ୟା ଜଳ ପଶି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷାରେ ଅନେକଙ୍କ ଘର ଭାଙ୍ଗି ଯାଇଛି । ଶୀର୍ଷା ନେଦା ଗାଁରେ ସୁବର୍ଣ୍ଣରେଖା ବନ୍ୟାଜଳ ପ୍ରବେଶ କରିଛି । ୩୦ ପରିବାରଙ୍କୁ ଉଦ୍ଧାର କରି ବଣଗାଁ ସରକାରୀ ବିଦ୍ୟାଳୟରେ ରଖାଯାଇଛି । ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି  ।  ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତାକାଲି ପାଇଁ 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି 20 ତାରିଖ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ 15 ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର  ।
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Distress is increasing in North Odisha due to heavy rains | Argus News