Videos
|
Odisha

ଗ୍ରାମାଞ୍ଚଳ ଚାଷୀଙ୍କୁ କୁକୁଡା ଚିଆଁ ବଣ୍ଟନ 

Manini Pattanayak
Browse all articles by Manini Pattanayak
·2 years ago
ଗ୍ରାମାଞ୍ଚଳ ଚାଷୀଙ୍କୁ କୁକୁଡା ଚିଆଁ ବଣ୍ଟନ 

ବ୍ରହ୍ମପୁର: ଗ୍ରାମାଞ୍ଚଳ ଚାଷୀଙ୍କୁ କୁକୁଡା ଚିଆଁ ବଣ୍ଟନ। ସରକାରଙ୍କ ଆର ବି ଓ୍ବାଇ ପି ଯୋଜନାରେ ଖଲ୍ଲିକୋଟ ବ୍ଳକର ୮୧ ଜଣ ଗ୍ରାମାଞ୍ଚଳ ଚାଷୀଙ୍କୁ ସ୍ଥାନୀୟ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ଗ୍ରାମାଞ୍ଚଳର ଗରୀବ ଚାଷୀଙ୍କ ଆର୍ଥିକ ସୁବିଧା ଯୋଗାଇବା ପାଇଁ କୁକୁଡ଼ା ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି।

ଫଳରେ କୁକୁଡା ଚାଷୀ ମାନେ ନିଜ ଘର ଅଗଣାରେ କୁକୁଡ଼ା ପାଳନ କରି ଲାଭବାନ ହେବା ପାଇଁ ବ୍ଳକର ୮୧  ଜଣ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଜଣକ ପିଛା୨୫ ଗୋଟି ଚିଆଁ ହିସାବରେ ୨୦୨୫ ଗୋଟି ଚିଆଁ  ପ୍ରଦାନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଭବାନୀ ଶଙ୍କର ଶତପଥୀ ଓ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Distribution of chicks to rural farmers | Argus News