Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପଶ୍ଚିମଦ୍ୱାରା, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ମିଳିବ ମହାପ୍ରସାଦ

Odisha

ପଶ୍ଚିମଦ୍ୱାରା, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ମିଳିବ ମହାପ୍ରସାଦ

Smruti Parija
Browse all articles by Smruti Parija
·2 years ago·1 min read
ପଶ୍ଚିମଦ୍ୱାରା, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ମିଳିବ ମହାପ୍ରସାଦ

ପୁରୀ: ଆଜିଠାରୁ ଆରମ୍ଭ ହେବ ଭକ୍ତଙ୍କୁ ମାଗଣାରେ ଅର୍ପଣ ଚାଉଳରେ ପ୍ରସ୍ତୁତ  କାନିକା ଓ ଖେଚୁଡି ବଣ୍ଟନ । ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ। ଶ୍ରୀମନ୍ଦିରର ପଶ୍ଚିମଦ୍ୱାରା,ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ ।  ଏନେଇ ଚାଉଳ ଶ୍ରୀମନ୍ଦିରରେ ପହଞ୍ଚିଥିବା ବେଳେ ସକାଳଧୂପ ଠାରୁ ସଂଧ୍ୟାଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବା କାର୍ଯ୍ୟକ୍ରମ ରହିଛି । 

ପ୍ରଥମେ ଗଞ୍ଜାମରୁ ଆସିଥିବା ଅର୍ପଣ ଚାଉଳର କାନିକା ଓ ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯିବ ବୋଲି ସୂଚନା ମିଳିଛି । ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ଓ ଏହାର ତତ୍ୱବଧାନ ପାଇଁ ଏକ ସବକମିଟି ଗଠନ ହୋଇଥିବା ବେଳେ କମିଟିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,ସୁଆରମହାସୁଆର ନିଯୋଗ ସଭାପତି,ସମ୍ପାଦକ,ପୂର୍ବତନ ନିଯୋଗର ସଭାପତି,ସମ୍ପାଦକ ପ୍ରମୁଖ ରହିଛନ୍ତି । 

ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରମାନେ କାନିକା ଓ ଖେଚୁଡି ପ୍ରସ୍ତୁତି କରିବେ । ପର୍ଯ୍ୟାୟକ୍ରମେ ପ୍ରତି ଧୂପରେ କାନିକା ଓ ଖେଚୁଡି ପ୍ରସ୍ତୁତି ହୋଇ ସକାଳଧୂପରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ପ୍ରାୟ 60 ହାଣ୍ଡି ବଣ୍ଟା ଯିବାକୁ ଲକ୍ଷ ରଖାଯାଇଛି । ତେବେ ପ୍ରତ୍ୟକ ଦିନ ପ୍ରାୟ 10 ହଜାର ଭକ୍ତଙ୍କୁ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟାଯିବା ଲକ୍ଷ୍ୟ ରଖାଯାଇଥିବା ନିଯୋଗ ପକ୍ଷରୁ କୁହାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Education Next Season 5
Sponsored
Distribution of kanika and khechudi prepared with rice-of-arpana-ratha from today | Argus News