Youth Death Case / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଘଟଣା,କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ପରିବାର
·1 hour ago·2 min read

Key Points
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକ ଆତ୍ମହତ୍ୟା ଘଟଣା
କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ପରିବାର
ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରିଥିଲେ
ମୃତ ଯୁବକଙ୍କ ନାମ ଶ୍ରୀଚନ୍ଦନ ଓରଫ କାଳିଆ

କେନ୍ଦ୍ରାପଡ଼ା, ୬/୬ : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା ଘଟଣା । ମୃତ ଯୁବକ କେନ୍ଦ୍ରାପଡ଼ା ସହର ବାସୁଳାଇ ଗ୍ରାମର ଭରତ ଦାସଙ୍କ ପୁଅ ଶ୍ରୀଚନ୍ଦନ ଓରଫ କାଳିଆ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାକୁ ଉଦ୍ଦିଷ୍ଟ ଶିଡ଼ି ରେଲିଂରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଟାଉନ୍ ପୁଲିସ କାଳିଆଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଟାଉନଥାନାରେ ଅଭିଯୋଗ ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବିକଲେ ମୃତକଙ୍କ ବାପା ଭରତ।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ କହିବା କଥା, କାଳିଆଙ୍କ ଘର ନିକିରାଇ ଥାନା ଅଧୀନ ଡେରାବିଶ ବ୍ଲକ୍ର ବେଣୀପୁର ପଞ୍ଚାୟତ ରାଏତୁଣ୍ଡି ଗାଁରେ । ସେ ତାଙ୍କ ବାପାଙ୍କ ସହ ବାସୁଳାଇ ଗ୍ରାମରେ ଭଡ଼ାରେ ରହୁଥିଲେ । ସେ ଏକ ଜମିଜମା ମାମଲାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ । ଆଜି ମଧ୍ୟ ସେ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଓ ନ୍ୟାୟ ନ ପାଇ ନିରାଶ ହୋଇଥିଲେ । ଅପରାହ୍ନ ୩ଟା ପରେ ଅଫିସର କିଛି କର୍ମଚାରୀ ତାଙ୍କୁ ଷ୍ଟିଲ୍ ବାଡ଼ାରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ଜିଲ୍ଲାପାଳ ରଘୂରାମ ଆର ଆୟାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ଦୋଷ ଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଏହି ଘଟଣାରେ ତାଙ୍କ ବାପା ଭରତ ଦାସ ରାତିରେ ଥାନାରେ ଏତଲା ଦେଇଛନ୍ତି । ପୁଅ ମୃତ୍ୟୁ ପଛରେ କାହାର ହାତ ରହିଛି, ତା’ର କାରଣ ଉନ୍ମୋଚନ କରାଯାଉ ବୋଲି ସେ ଦାବି କରିଛନ୍ତି।
ପଢନ୍ତୁ ଏହି ଖବର: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଏସପିଙ୍କ ତନାଘନା
ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ କହିଛନ୍ତି ଯେ ଯେ ମୃତ ଯୁବକଜଣକ ଏକ ଜମି ବିକ୍ରି କରିବାକୁ ଚାହୁଁଥିଲେ | ଦଳିତ ହୋଇଥିବାରୁ ପ୍ରଶାସନର ଅନୁମତି ଆବଶ୍ୟକ ଥିଲା | ସେ ଏ ବିଷୟରେ ପ୍ରଥମେ ଉପଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ | ସେଠାରୁ ଜିଲ୍ଲାପାଳଙ୍କ ପାଖକୁ ଯିବାକୁ କୁହାଯାଇଥିଲା। ଏଠାକୁ ଆସିବା ପରେ ଆତ୍ମହତ୍ୟା କରିଛନ୍ତି। ପ୍ରଶାସନ ନ ନ୍ୟାୟ ଦେଇ ନ ପାରିବାରୁ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଶ୍ରୀମତୀ ସେଠୀ ଅଭିଯୋଗ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories