Third degree torture allegation / କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଏସପିଙ୍କ ତନାଘନା
·1 hour ago·3 min read

Key Points
ପୁଣି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
ପୋଲିସ ନିର୍ଯାତନାରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ
ନିସ୍ତୁକ ମାଡ଼, ଗରମ ପାଣି ପକାଇବା ଓ ଲଙ୍କା ଗୁଣ୍ଡ ପକାଇ ନିର୍ଯାତନା ଅଭିଯୋଗ
ସୂର୍ଯ୍ୟନଗର ଥାନା ବିରୋଧରେ ସାଂଘାତିକ ଅଭିଯୋଗ
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି

କବିସୁର୍ଯ୍ୟନଗର,୦୧/୦୬: ବାରଙ୍ଗ ଘଟଣା ନଥମୁଣୁ ପୁଣି ହାଜତରେ ଥାର୍ଡ ଡିଗ୍ରୀ ଅଭିଯୋଗ । ହାଜତରେ ନିର୍ଯାତନା ପରେ ଡାକ୍ତରଖାନାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ । ଗଂଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନାରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡ ଡିଗ୍ରୀ ଦେଇ ମାରି ଦେଇଥିବା ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି। ଗଞ୍ଜାମ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଶବ ବ୍ୟବଛେଦ ପରେ ତଦନ୍ତ ରିପୋର୍ଟ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର।
ଗତ ୨୫ ତାରିଖ ଦିନ ଏହି ଘଟଣାରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସାହୁ ସହ ଅନ୍ୟ ଜଣକୁ ଉଠାଇ ଆଣିଥିଲେ l ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବା ସହ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତିl ସାଦା କାଗଜରେ ଦସ୍ତଖତ କରାଇ ନେବା ସହ ଗୁରୁତର ସୁଶାନ୍ତଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ପରିବାର ଲୋକ ତୁରନ୍ତ ସୁଶାନ୍ତଙ୍କୁ ଆସ୍କା ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ । ତେବେ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ସବୁଠୁ ଚିନ୍ତାଜନକ କଥା ହେଉଛି ସିଧାସଳଖ ନିତିଶ କୁମାର ମିଶ୍ର ନାମକ ଜଣେ ପୋଲିସ କର୍ମଚାରୀଙ୍କ ନାଁ ତାଙ୍କ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି ସୁଶାନ୍ତଙ୍କ ପତ୍ନୀ।
ପଢନ୍ତୁ ଏହି ଖବର: ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେ ସୁଦ୍ଧା ୧୭ ଅଭିଯୁକ୍ତ ଗିରଫ
ସେପଟେ ବାରଙ୍ଗ ବ୍ଲକ୍ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ବେହେରାଙ୍କୁ ପୁଲିସର ମାଡ଼ ଘଟଣାରେ ବଦଳିଛନ୍ତି ବାରଙ୍ଗ ଥାନାଧିକାରୀ ନିରଞ୍ଜନ ବେହେରା। ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶ୍ରୀ ବେହେରାଙ୍କୁ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ବାରଙ୍ଗ ଥାନା ଅଧିକାରୀ ଭାବେ କଟକ ପୁରୀଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀ ନାୟକ ପୂର୍ବରୁ ବାରଙ୍ଗ ଥାନାର ଅଧିକାରୀ ଥିଲେ।
ରାକେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ଏକ ସପ୍ତାହ ବିତିଯାଇଛି। ଗଲା ୨୪ ତାରିଖରେ ରାକେଶଙ୍କୁ ପୁଲିସ ପଚରାଉଚରା କରି ତାଙ୍କ ଘରେ ଛାଡ଼ିଥିବା କହୁଛି। ୨୫ ତାରିଖ ସନ୍ଧ୍ୟାରେ ରାକେଶ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଶୁଣି ପରିବାର ସହ ଚଣ୍ଡୀପ୍ରସାଦ ଗ୍ରାମବାସୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୬ ତାରିଖରେ ସମାନ ଅଭିଯୋଗ ଆଣି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଡିସିପି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ରାକେଶଙ୍କ ଚିକିତ୍ସା ଦାୟିତ୍ୱ ପୁଲିସ ବହନ କରିବା ସହ ତଦନ୍ତ କରି ଦୋଷୀ ବିରୋଧରେ କର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ୨୯ ତାରିଖରେ କୌଣସି ସୂତ୍ରରୁ ଗ୍ରାମବାସୀଙ୍କୁ ରାକେଶଙ୍କ ମୃତ୍ୟୁ ସମ୍ପର୍କିତ ମିଛ ଖବର ମିଳିଥିଲା।
ସେମାନେ ବାରଙ୍ଗ ଥାନା ଆଗରେ ଆସି ହୋହଲ୍ଲା କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ଦିନ ଦୁଇଟାରୁ ରାତି ଦଶଟା ପର୍ଯ୍ୟନ୍ତ ଯାତାୟାତ ଠପ୍ ହୋଇ ଯାଇଥିଲା। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ନୟାନ୍ତ ହୋଇଥିଲା। ଶେଷରେ ରାତି ଦଶଟାରେ ପୁଲିସ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ତଡ଼ିବା ସହିତ ୧୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ପରେ ଅଣ୍ଡରଟେକିଂ ରଖି ଛାଡ଼ିଥିଲା। ଗତକାଲି ଏଡିସିପି ରଣଜିତ ପୃଷ୍ଟି ବାରଙ୍ଗ ଥାନାର ସିସିଟିଭି ଯାଞ୍ଚ କରିଥିବା ବେଳେ ଆଜି ବାରଙ୍ଗ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ରାକେଶଙ୍କୁ ମାଡ଼ ମାରିବାରେ କାହାରି ସଂପୃକ୍ତି ରହିଛି ତାହା ପଦାକୁ ଆସି ପାରିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories