Videos
|
Odisha

ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  

Manini Pattanayak
Browse all articles by Manini Pattanayak
·1 year ago·1 min read
ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  

ଜଗତସିଂପୁର : ଜଗତସିଂପୁର ଜିଲ୍ଲାରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା । ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରରେ ସରକାରଙ୍କର ୧୦୦ଦିନ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।। ଏହି ବିକାଶ ମେଳାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୂପ୍ରସାଦ ତରାଇ, ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ବାଲିକୁଦା ଏରସମା ବିଜେପି ବିଧାୟକ ପାର୍ଥ ସତ୍ୟସାରଥି ମହାନ୍ତି, ତିର୍ତ୍ତୋଲ ବିଜେପି ବିଧାୟକ ପାର୍ଥ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସକାଳେ ମା ଶାରଳାଙ୍କ  ଦର୍ଶନ କରିଥିଲେ । ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବିକାଶ ମେଳାର ଷ୍ଟଲ୍ ମାନଙ୍କରେ ପରିଭ୍ରମଣ କରି ଥିଲେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା। ମିଶନ ଶକ୍ତି ମହିଳା ମାନଙ୍କର ବିଭିନ୍ନ ଷ୍ଟଲ ମାନଙ୍କରେ ବୁଲି ମହିଳା ମାନଙ୍କର ନିକଟତର ହୋଇ ଥିଲେ ଉପମୁଖ୍ୟ ମନ୍ତ୍ରୀ। ଜଗତସିଂହପୁର ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସ୍ବାଗତ କରିବାକୁ ସଭାରେ ଉପସ୍ଥିତ ଥିବା ବେଳେ ପ୍ରଭାତୀ ଅପାଙ୍କୁ ଦେଖିବାକୁ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
District level development fair was inaugurated by Deputy Chief Minister pravati Parida | Argus News