Videos
|
Odisha

ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Ritu Das
Browse all articles by Ritu Das
·1 year ago
ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଅର୍ଗସ ବ୍ୟୁରୋ: ଆଜି ନିମାପଡ଼ା ବ୍ଲକ୍ ପରିସରରେ ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ସଭାଗୃହ ମଧ୍ୟରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲାପାଳ ଗୋପୀନାଥ କଅଁର, ଜିଲ୍ଲା ଆରକ୍ଷୀ ପିନାକ ମିଶ୍ର, ସିଡିଏମଓ ଡକ୍ଟର ରୁପଭାନୁ ମିଶ୍ରଙ୍କ ସହିତ ବିଡିଓ, ତହସିଲଦାର, ଥାନା ନିରୀକ୍ଷକ, ଉପଖଣ୍ଡ ଅଧିକାରୀ ଏବଂ ନିମାପଡ଼ା ଅଞ୍ଚଳର ବିଭିନ୍ନ ସରକାରୀ ସ୍ତରରେ ସମସ୍ତ ପଦ ଅଧିକାରୀ ଉପସ୍ଥିତ ଥିଲେ।

ମୋଟ ୧୪୫ଟି ଅଭିଯୋଗ ବିଭିନ୍ନ ସ୍ତରରୁ ଆସିଥିବା ବେଳେ ଅଧିକାଂଶ ଅଭିଯୋଗ ଶୁଣାଣୀ ସମୟରେ ଅନେକ ସମସ୍ୟା ପରିଲକ୍ଷିତ ହେଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମସ୍ୟା ସମ୍ପର୍କରେ ଯଥା ଶୀଘ୍ର ତଦନ୍ତ କରାଯିବ ସହ ଏହାର ସତ୍ୟାସତ୍ୟ ସନ୍ଧାନ କରାଯାଇ ସମସ୍ୟା ଦୂର କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
District level | Argus News