Planning board / ଜିଲ୍ଲା ଯୋଜନା ବୋର୍ଡ ଗଠନ କଲେ ସରକାର, ୪ ମନ୍ତ୍ରୀ ଓ ୨୬ ବିଧାୟକ ହେଲେ ଅଧ୍ୟକ୍ଷ
·5 months ago·3 min read

Key Points
ଘୋଷଣା ହେଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ
୪ ଜଣ ମନ୍ତ୍ରୀ ହେଲେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ
୨୬ ଜିଲ୍ଲାରେ ବିଧାୟକଙ୍କୁ ମିଳିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ

ଭୁବନେଶ୍ବର ୦୧/୦୪: ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଘୋଷଣା ହେଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ। ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ଡିପିସି ଗଠନ ସହ ଏହାର ଅଧ୍ୟକ୍ଷଙ୍କୁ ନିଯୁକ୍ତି କରିଛନ୍ତି । ବିଭିନ୍ନ ଜିଲ୍ଲାର ଡିପିସି ଅଧ୍ୟକ୍ଷ ଭାବରେ ମନ୍ତ୍ରୀ ଓ ବିଧାୟକଙ୍କୁ ନିଯୁକ୍ତି ମିଳିଛି । ୪ ଜଣ ମନ୍ତ୍ରୀ ଡିପିସି ଅଧ୍ୟକ୍ଷ ହୋଇଥିବା ବେଳେ ୨୬ ଜିଲ୍ଲାରେ ବିଧାୟକ ମାନେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
4 ମନ୍ତ୍ରୀଙ୍କୁ ଦାୟିତ୍ବ:
୨୦୨୪ ଜୁଲାଇ ୨୭ ତାରିଖରେ ଜିଲ୍ଲା ଯୋଜନା ବୋର୍ଡ ବା ଡିପିସି ଭଙ୍ଗ କରିଥିଲେ ବିଜେପି ସରକାର । ବିଜେପି ସରକାର ଗଠନ ପରେ ବିଜେପି ସରକାର ଏହାକୁ ପୁନର୍ଗଠନ କରିଛନ୍ତି । ୪ ଜଣ ମନ୍ତ୍ରୀ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି।
୨୪ଜିଲ୍ଲାରେ ସ୍ଥାନୀୟ ବିଧାୟକଙ୍କୁ ଦାୟିତ୍ୱ
ସେହିପରି ୨୪ ଜିଲ୍ଲାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ସ୍ଥାନୀୟ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ଅଶ୍ୱିନୀ ଷଡଙ୍ଗୀ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଛି। ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସିତାଂଶୁ ଶେଖର ମହାପାତ୍ର। ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ପାଲଲହଡା ବିଧାୟକ ଅଶୋକ ମହାନ୍ତି। ରଘୁରାମ ମାଛ ହୋଇଛନ୍ତି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ। ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସିମୁଳିଆ ବିଧାୟକ ପ୍ରଦ୍ମଲୋଚନ ପଣ୍ଡା । କଣ୍ଟାମାଳ ବିଧାୟକ କାହ୍ନେଇ ଚରଣ ଡାଙ୍ଗ ହୋଇଛନ୍ତି ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଢେଙ୍କାନାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ। ନିଆଳି ବିଧାୟକ ଛବି ମଲ୍ଲିକ ହୋଇଛନ୍ତି କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ।
ପଢନ୍ତୁ ଏହି ଖବର: ସରିଲା ବିଧାନସଭା ଅଧିବେଶନ,ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହୃତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାଇତ୍ୱ ତୁଲାଇବେ ଅମରେନ୍ଦ୍ର ଦାସ । ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ସୁଧୀର ରଞ୍ଜନ ପାଟ୍ଟଯୋଶୀ । କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ଉମା ଚରଣ ମଲ୍ଲିକ । କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ । ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି ।
ଗୌରୀ ଶଙ୍କର ମାଝୀ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ନରସିଂହ ମାଡ଼କାମୀ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ। ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ଭାସ୍କର ମଢେଇ । । ଦୁଷ୍ମନ୍ତ କୁମାର ସ୍ୱାଇଁ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଜୟ ଢୋଲକିଆ ହୋଇଛନ୍ତି ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଓଁମ ପ୍ରକାଶ ମିଶ୍ର ହୋଇଛନ୍ତି ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ରଘୁନାଥ ଜଗଦଲାଙ୍କୁ ସୁବର୍ଣ୍ଣପୁର ଓ ଦୁର୍ଗା ଚରଣ ତନ୍ତିଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି ।

Related Topics
Explore more stories