Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly News / ସରିଲା ବିଧାନସଭା ଅଧିବେଶନ,ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

Bikash Mohanty
Browse all articles by Bikash Mohanty
·3 months ago·3 min read
ସରିଲା ବିଧାନସଭା ଅଧିବେଶନ,ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ
Assembly

Key Points

ସରିଲା ବିଧାନସଭା ଅଧିବେଶନ
ଫେବୃଆରି ୧୭ରୁ ଆରମ୍ଭ ହୋଇଥିଲା
ଦୁଇଟି ପର୍ଯ୍ୟାୟରେ ୨୨ ଦିନ ଗୃହ ଚାଲିଥିଲା 
ଭୁବନଶ୍ବେର, ୧/୪ ବିଧାନସଭାର ବଜେଟ୍ ଅଧିବେଶନ ଆଜି ଶେଷ ହୋଇଛି। ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନର ଆଉ ପାଞ୍ଚଟି କାର୍ଯ୍ୟଦିବସ ବାକି ଥିଲା। ଫେବ୍ରୁଆରି ୧୭ରୁ ବଜେଟ୍ ଅଧିବେଶନ ଆରମ୍ଭହୋଇଥିଲା। ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୨ ଦିନ ଗୃହ ଚାଲିଥିଲା | ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ। ଶେଷ ଦିନରେ ବ୍ୟୟମଞ୍ଜୁରି ବିଲ୍ ଆଲୋଚନା ହୋଇ ପାରିତ ହୋଇଥିଲା । ତେବେ ଏହି ଅଧିବେଶନରେ ଅଧିକାଂଶ ଦିନ ଗୃହ ଗୃହରେ ହଟ୍ଟଗୋଳ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଧାନକିଣା ଅବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରତିବାଦ କରି ଗୃହକୁ କିଛି ଦିନ ଅଚଳ କରି ଦେଇଥିଲେ ।

ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୯ ଦିନ ଲଗାତାର ପ୍ରତିବାଦ କରିଥିଲେ।  ଫଳରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ନଥିଲା, ବିନା ବିରୋଧୀରେ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ତେବେ ବିରୋଧୀ ଦଳ ବ୍ୟୟମଞ୍ଜୁରି ବିଲ୍ ଆଲୋଚନାରେ ଭାଗ ନେଇଥିଲେ। ଆଜି ଶେଷ ଦିନରେ ଦୀର୍ଘ ଚାରି ଘଣ୍ଟା ଧରି ଆଲୋଚନା/ହୋଇ ଓଡ଼ିଶା ସରକାରୀ ବିଶ୍ଵବିଦ୍ୟାଳୟ କ୍ୟାଡରରେ ସଂରକ୍ଷଣ) ବିଲ୍ ପାରିତ ହୋଇଛି। ଅଧିବେଶନର ଶେଷ ଦିବସରେ ମନ୍ତ୍ରୀ, ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍ ବୃଦ୍ଧି ସଂକ୍ରାନ୍ତୀୟ ବିଲ୍ ପ୍ରତ୍ୟାହୃତ ହୋଇଥିଲା। ଅନେକ ସଦସ୍ୟ ଏହି ବିଲକୁ ପୁନର୍ବିଚାର କରିବାକୁ କହିଥିବାରୁ ତାହାକୁ ପ୍ରତ୍ୟାହାର କରୁଛୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ । ଏଥିରେ କେହି ଆଲୋଚନା କରି ନଥିଲେ। ଆଜି ରାତିରେ ବିଲ୍ ଆଲୋଚନା ଶେଷ ହେଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଅଶୋକ ଦାସ ନିଜ ନିଜ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ୧୨ଟା ୪୧ରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ।

ପଢନ୍ତୁ ଏହି ଖବରସ୍ବାଭାବିକ ହୋଇପାରୁନି ବିଧାନସଭା,ବିରୋଧୀ ଅଟଳ, ଗୃହ ଅଚଳ

ଲଗାତାର ୯ ଦିନର ଅଚଳାବସ୍ଥା ପରେ ଶେଷଦିନରେ ବିଧାନସଭା ସ୍ଵାଭାବିକ ହୋଇଥିଲା। ପୂର୍ବାହ୍ନରେ ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା | ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଧରି ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ ବିଧେୟକ, ୨୦୨୬ ଉପରେ ବିଧାୟକମାନେ ଚର୍ଚ୍ଚା କରିଥିଲେ । ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ହୋଇ ବିଲ୍ ପାରିତ ହୋଇଥିଲ। ବିଲ୍ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ଆଇନ, ୨୦୧୯ ପାଳନ କରନ୍ତି, ଯାହା ସମଗ୍ର ବିଶ୍ୱବିଦ୍ୟାଳୟକୁ ଏକକ ୟୁନିଟ୍ ଭାବରେ ବିବେଚନା କରେ। କିନ୍ତୁ ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ପାଇଁ ରାଜ୍ୟରେ ଏପରି କୌଣସି ଆଇନ ନାହିଁ। ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ୨୦୮୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ଥିଲା ବେଳେ ଅଛନ୍ତି କେବଳ ୬୫୯ ଶିକ୍ଷକା ତେଣୁ ଏକ ଆଇନ ପ୍ରଣୟନ କରି ଶୀଘ୍ର ସେହି ଖାଲି ପଦ ପୂରଣ କରିବା ଆବଶ୍ୟକ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସାମାଜିକ, ଶିକ୍ଷାଗତ ଭାବରେ ପଛୁଆବର୍ଗ (ଏସ୍‌ଇବିସି) ନିସି) ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ‘ବିଶ୍ବବିଦ୍ୟାଳୟକୁ ଏକକ’ ଭାବରେ ଗ୍ରହଣ କରି ଏହି ଆଇନ ପ୍ରଣୟନ କରୁଛନ୍ତି ।

ବିଲ୍ଟକୁ ସିଲେକ୍ଟ କମିଟି ପଠାଇବା ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବଚରଣ ସାହୁ ଓ ଗଣେଶ୍ବର ବେହେରା ଦାବି କରିଥିଲେ। ତେବେ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ତୁରନ୍ତ ଲାଗୁ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ । ଏହାପରେ ବାଚସ୍ପତି ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଏହି ବିଲକୁ କଡ଼ା ବିରୋଧ କରିଥିଲେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Assembly News | Odisha Assembly Budget Session Ends, House Adjourned Indefinitely | Argus News