Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡ଼ିଲେ ଜିଲ୍ଲା ମହିଳା ସଭାନେତ୍ରୀ ସୁକାନ୍ତି ଜୟପୁରିଆ

Ritu Das
Browse all articles by Ritu Das
·2 years ago·1 min read
ବିଜେଡି ଛାଡ଼ିଲେ ଜିଲ୍ଲା ମହିଳା ସଭାନେତ୍ରୀ ସୁକାନ୍ତି ଜୟପୁରିଆ

ଅର୍ଗସ ବ୍ୟୁରୋ: ବିଜେଡି ଛାଡ଼ିଲେ ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲା ମହିଳା ସଭାନେତ୍ରୀ ସୁକାନ୍ତି ଜୟପୁରିଆ । ଦଳ ଛାଡ଼ିବା ପରେ ବିଜେଡି ଉପରେ ସେ ବର୍ଷିଛନ୍ତି। ଦଳରେ ମାଆକୁ ସମ୍ମାନ ଦିଆଯାଉନାହିଁ, ଯାହାର ପାଖେ ଟଙ୍କା ଅଛି ତାଙ୍କୁ ସମ୍ମାନ ଦେଉଛନ୍ତି । ଗରିବଙ୍କୁ ଚିହ୍ନନ୍ତି ନାହିଁ ବିଜେଡି ନେତା। ଧନୀମାନଙ୍କ ନେତା ବିଜେଡି ନେତା । ଗର୍ବ ଓ ଅହଙ୍କାର ଦଳ ବିଜେଡି ହାରିବା କଥା ବୋଲି କହିଛନ୍ତି ସୁକାନ୍ତି। ଦଳରେ ତାଙ୍କୁ

କୋଣଠେସା କରାଯାଉଥିବାରୁ ବାଧ୍ୟ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ସେ ଦଳରେ କାର୍ଯ୍ୟ କରି ଆସୁଥିଲେ। ଲଇକେରା, କିର୍ମିରା ଓ କୋଲାବିରା ଅଞ୍ଚଳରେ ତାଙ୍କର ଭଲ ସଂଗଠନ ରହିଛି । ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ଥିଲେ ସୁକାନ୍ତି । ବର୍ତ୍ତମାନ ସୁକାନ୍ତି  ସାହାସପୁର ପଞ୍ଚାୟତର ସରପଞ୍ଚ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
District Women | Argus News