Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିନା ବାଣରେ ଦୀପାବଳି ପାଳିବେ ଓଡ଼ିଶାବାସୀ

Odisha

ବିନା ବାଣରେ ଦୀପାବଳି ପାଳିବେ ଓଡ଼ିଶାବାସୀ

Jitendra Dash
Browse all articles by Jitendra Dash
·2 years ago·2 min read
ବିନା ବାଣରେ ଦୀପାବଳି ପାଳିବେ ଓଡ଼ିଶାବାସୀ

ଅର୍ଗସ ବ୍ୟୁରୋ : ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଛି । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ଗାଁଠୁ ସହର । ନିଜ ପରିବାରର ବଡ଼ ବଡୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଦୀପ ଲଗାଇ ଅମବାସ୍ୟାର ଅନ୍ଧାରକୁ ଆଲୋକିତ କରିବେ । ପ୍ରତ୍ୟେକ ବର୍ଷ ଦୀପାବଳିରେ ଲୋକମାନେ ଦୀପ ସହ ବାଣ ମଧ୍ୟ ଫୁଟାଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ବାଣ । ତେଣୁ ବାଣ ବିନା ଦୀପାବଳି ପାଳିବେ ଓଡ଼ିଶାବାସୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ନିୟମ ମାନୁ ନାହନ୍ତି ବାଣ ବ୍ୟବସାୟୀ, ସବୁ ଜାଣି ମଧ୍ୟ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ଜିଲ୍ଲା ଅଧିକାରୀ ମାନେ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୁଲମଖୁଲା ବିକ୍ରି ହେଉଛି ବାଣ । କିନ୍ତୁ ଗଜପତି ଜିଲ୍ଲାରେ ବିଶେଷ କରି ପାରଳାଖେମୁଣ୍ଡି ସହର ଏବଂ ଏହାର ଉପକଣ୍ଠରେ ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏ ବର୍ଷ ବିନା ଅନୁମତିରେ ଆତସବାଜି ଦୋକାନ ଖୋଲି ନିଜର ବ୍ୟବସାୟ ଚଳାଉଛନ୍ତି ।

ଏହା ପ୍ରଶାସନର ନଜରକୁ ଆସିବା ପରେ ଅକ୍ଟୋବର ୧୩ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗ ପକ୍ଷରୁ ଚିଠି ସମସ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କ ପାଇଁ ଜାରି ହୋଇଥିଲା । ଯେଉଁଥରେ ବେଆଇନ ଆତସବାଜି ବିକ୍ରି ଏବଂ ପ୍ରସ୍ତୁତି ଉପରେ କଡା ନିଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ପ୍ରତ୍ୟେକ ବର୍ଷ ଦୀପାବଳିକୁ ସାରା ଦେଶରେ ବେଶ ଧୁମଧାମରେ ପାଳନ କରାଯାଉଥିଲା, କିନ୍ତୁ ଚଳିତ ତଥା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତି କରିବା ପାଇଁ ସାରା ଦେଶରେ ରୋକ ଲଗାଇଛନ୍ତି । କିନ୍ତୁ ଗଜପତି ଜିଲ୍ଲା ସମ୍ପୂର୍ଣ୍ଣ ନିୟମ ଉଲ୍ଲଙ୍ଘନ କରିଲା ପରି ଅନୁଭବ ହେଉଛି । ଅନେକ ବାଣ ଦୋକାନ ସରକାରଙ୍କ ନିୟମାବଳୀକୁ ଟିକିଏ ମଧ୍ୟ ମାନିଲା ପରି ଅନୁଭବ ହେଉନାହିଁ । ନା ଅଗ୍ନି ସୁରକ୍ଷା, ନା ଯିବା ଆସିବା ପାଇଁ ରସ୍ତା ନାହିଁ । ମୁଖ୍ୟ ରାସ୍ତାରୁ ଦୂରରେ ଜନବସତି ଠାରେ ଅଛି ଏହି ସବୁ ଦୋକାନ । ସବୁ ଜାଣି ମଧ୍ୟ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ। ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୁଲମଖୁଲା ବିକ୍ରି ହେଉଛି ବାଣ ତଥାପି ଚୁପ୍ ଅଧିକାରୀ ମାନେ ।

Argus Whatsapp Channel Mobile Top
Sponsored
diwali festival | Argus News