Diwali Guidelines / ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡଲାଇନ୍, ମାନିବାକୁ ପଡ଼ିବ ଏହି ନିୟମ
·16 mins ago·1 min read

Key Points
ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡଲାଇନ୍
ଗାଇଡଲାଇନ୍ ଜାରି କଲା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର,୩୧/୧୦: ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବୋର୍ଡ ଏହି ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି କରିଛି।
ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବାଣ କିଣିବା ପୂର୍ବରୁ ସେଥିରେ CSIR-NEERIର ଲୋଗୋ ଏବଂ QR କୋଡ୍ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ କୁହାଯାଇଛି। ଏଥିସହ ବାଣରେ ବାରିୟମ୍ ଏବଂ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି।
ସେହିପରି ଶବ୍ଦ ପ୍ରଦୂଷଣ ରୋକିବାକୁ ନିର୍ଦ୍ଧାରିତ ଶବ୍ଦ ସୀମା ଅତିକ୍ରମ କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ନିରବ ଅଞ୍ଚଳରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କେବଳ ପ୍ରଦୂଷଣ ନିୟନ୍ତ୍ରଣ ନୁହେଁ, ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବୋର୍ଡ। ଏଥିପାଇଁ ଖୋଲା ଓ ସୁରକ୍ଷିତ ସ୍ଥାନରେ ବାଣ ଫୁଟାଇବାକୁ କୁହାଯାଇଛି।
ପଢନ୍ତୁ ଏହି ଖବର: ମସଲା ନାଁରେ ବିଷ ବିକ୍ରି! ଫିମ୍ପି ଲାଗିଥିବା ହଳଦୀ ଓ ଲଙ୍କାରୁ ତିଆରି ହେଉଥିଲା ଗୁଣ୍ଡ
ଜଳି ନଥିବା ବାଣକୁ ପୁଣିଥରେ ଜଳାଇବାକୁ ଚେଷ୍ଟା ନକରିବା ସହ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି। ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିୟମ ପାଳନ ସହ ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛି OSPCB।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories