Fake Spice Factory / ମସଲା ନାଁରେ ବିଷ ବିକ୍ରି! ଫିମ୍ପି ଲାଗିଥିବା ହଳଦୀ ଓ ଲଙ୍କାରୁ ତିଆରି ହେଉଥିଲା ଗୁଣ୍ଡ
·54 mins ago·2 min read

Key Points
ମସଲା ନାଁରେ ବିଷ ବିକ୍ରି!
ଫିମ୍ପି ଲାଗିଥିବା ହଳଦୀ ଓ ଲଙ୍କାରୁ ତିଆରି ହେଉଥିଲା ଗୁଣ୍ଡ
କଟକ ଜଗତପୁରରେ ନକଲି ମସଲା କାରଖାନା ସିଲ୍

କଟକ,୩୧/୧୦: ଆପଣଙ୍କ ରୋଷେଇ ଘରେ ବ୍ୟବହାର ହେଉଥିବା ହଳଦୀ, ଲଙ୍କା ଓ ଜିରା ଗୁଣ୍ଡ କେତେ ସୁରକ୍ଷିତ? ମସଲା ନାଁରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଚାଲିଥିଲା ସାଂଘାତିକ ଖେଳ! ଫିମ୍ପି ଲାଗିଥିବା ହଳଦୀ ଓ ଲଙ୍କାକୁ ଗୁଣ୍ଡ କରି ବଜାରକୁ ଛଡ଼ାଯାଉଥିବା ଅଭିଯୋଗ। କଟକ ଜଗତପୁର ଥାନା ଅନ୍ତର୍ଗତ ଅଣ୍ଡେଇ ସାହିରେ ଠାବ ହୋଇଛି ଏଭଳି ଏକ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କାରଖାନା। ଚଢ଼ାଉ ପରେ କାରଖାନାକୁ ସିଲ୍ କରିଛି ଅଧିକାରୀଙ୍କ ଟିମ୍।
ବାହାରୁ ଦେଖିଲେ ଦୁଇ ମହଲା କୋଠାଟି ସାଧାରଣ ଘର ଭଳି ଲାଗୁଥିଲା। କିନ୍ତୁ ଭିତରେ ଚାଲିଥିଲା ଖାଦ୍ୟ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବାର କାରବାର। ଫିମ୍ପି ଲାଗିଥିବା କଞ୍ଚା ହଳଦୀ ଓ ଲଙ୍କାରୁ ପ୍ରସ୍ତୁତ ହେଉଥିଲା ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ। ଏପରିକି ଖରାପ ମାନର କଞ୍ଚାମାଲ ବ୍ୟବହାର କରି ଜିରା ପାଉଡର ଓ ବିଟ୍ ଲୁଣ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଚଢ଼ାଉରୁ ଜଣାପଡ଼ିଛି।
କେବଳ କଞ୍ଚାମାଲ ନୁହେଁ, ପ୍ୟାକେଜିଂରେ ମଧ୍ୟ ରହିଥିଲା ବଡ଼ ଅବହେଳା। ମସଲା ଓ ଲୁଣ ପ୍ୟାକେଟରେ ଉତ୍ପାଦନ ତାରିଖ ଏବଂ ଏକ୍ସପାଏରୀ ଡେଟ୍ର ଉଲ୍ଲେଖ ନଥିବା ଅଭିଯୋଗ ହୋଇଛି। ଏଭଳି ଖାଦ୍ୟ ସାମଗ୍ରୀ ଦେଖି ଚଢ଼ାଉରେ ସାମିଲ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।
ପଢନ୍ତୁ ଏହି ଖବର: ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ, ବନ୍ଧା ହେଲା ରସିକିଆ ପ୍ରେମିକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମସଲା ସହ ତିଆରି ହେଉଥିଲା ନୁଡଲ୍ସ ଓ ଚାଉମିନ୍
ଏହି କାରଖାନାରେ କେବଳ ମସଲା ନୁହେଁ, ନୁଡଲ୍ସ ଓ ଚାଉମିନ୍ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆଉ ସବୁଠାରୁ ଚିନ୍ତାଜନକ କଥା ହେଉଛି, ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତାର ମୌଳିକ ନିୟମକୁ ମଧ୍ୟ ପାଳନ କରାଯାଉନଥିଲା। କର୍ମଚାରୀଙ୍କ ହାତରେ ଗ୍ଲୋଭସ୍ ନଥିଲା, ମୁଣ୍ଡରେ କ୍ୟାପ୍ ନଥିଲା କି ଦେହରେ ଆପ୍ରୋନ୍ ନଥିଲା। ସାଧାରଣ ପୋଷାକ ପିନ୍ଧି କର୍ମଚାରୀମାନେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ଏହା ସହିତ ବେସନ, ଛତୁଆ, ତଡ଼କା ଓ ତେଜପତ୍ର ମଧ୍ୟ ପ୍ୟାକେଜିଂ କରାଯାଉଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା, ପ୍ୟାକେଟରେ ଉଲ୍ଲେଖ ଥିବା ଲାଇସେନ୍ସ ନମ୍ବର ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନମ୍ବର ମଧ୍ୟରେ ତାଳମେଳ ନଥିବା ଅଭିଯୋଗ ହୋଇଛି।
ଟେଷ୍ଟ ପାଇଁ ପଠାଗଲା ଜବତ ସାମଗ୍ରୀ
ଚଢ଼ାଉ ପରେ କାରଖାନାକୁ ସିଲ୍ କରାଯାଇଛି। ଜବତ ହୋଇଥିବା ମସଲା ଓ ଅନ୍ୟ ଖାଦ୍ୟ ସାମଗ୍ରୀକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।
ଏହି ଘଟଣା ପରେ ବଜାରରେ ମିଳୁଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଅଧିକ ଲାଭ ଆଶାରେ ଯଦି ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ବୋଲି କହିଛନ୍ତି ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ

Related Topics
Explore more stories