Consumer Protection / ଦୀପାବଳିରେ ବାଣ ଦର ବଢ଼ିଲେ ହେବ ଯାଞ୍ଚ, ଅତ୍ୟଧିକ ଦର ନେଲେ ଲାଗିବ ଲଗାମ: ମନ୍ତ୍ରୀ
·2 hours ago·2 min read

Key Points
ଦୀପାବଳିରେ ବାଣ ଦର ବଢ଼ିଲେ ହେବ ଯାଞ୍ଚ
ଅତ୍ୟଧିକ ଦର ନେଲେ ଲାଗିବ ଲଗାମ
ପ୍ରଦୂଷଣ ବଢ଼ୁଥିବାରୁ ନିୟମ ମାନିବା ନିହାତି ଜରୁରୀ
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା

ଭୂବନେଶ୍ବର,୦୪/୧୧: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ବାଣ ଦର ବଢ଼ିଲେ ହେବ ଯାଂଚ । ସରକାର ଯେଉଁମାନଙ୍କୁ ଲାଇସେନ୍ସ ଦେବେ, ସେଇମାନେ ହିଁ ବିକିବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,। ଦୀପାବଳି ପୂର୍ବରୁ ବାଣ ବଜାରରେ ଦରବୃଦ୍ଧିକୁ ନେଇ ସରକାରଙ୍କ କଡ଼ା ନଜର। ବାଣର ଦର ଅତ୍ୟଧିକ ବୃଦ୍ଧି ପାଇଲେ ଏହାର ଯାଞ୍ଚ କରାଯିବ। ଗ୍ରାହକଙ୍କଠାରୁ ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ନିଆଗଲେ ଏହା ଉପରେ ଲଗାମ ଲଗାଯିବ ବୋଲି କହିଛନ୍ତି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଦୀପାବଳି ଆସିଲେ ବାଣ ବଜାରରେ ଭିଡ଼ ଜମିଥାଏ। ଏହି ସମୟରେ ବିଭିନ୍ନ ପ୍ରକାର ବାଣ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ବଢ଼ିଥାଏ। ତେବେ ପର୍ବ ସମୟରେ ଚାହିଦା ବଢ଼ିବାର ସୁଯୋଗ ନେଇ କିଛି ବ୍ୟବସାୟୀ ଅଧିକ ଦରରେ ବାଣ ବିକ୍ରି କରୁଥିବା ଅଭିଯୋଗ ହୋଇଥାଏ। ଏଭଳି ଅଭିଯୋଗ ଆସିଲେ ସମ୍ପୃକ୍ତ ବାଣ ଦୋକାନରେ ଯାଞ୍ଚ କରାଯିବ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବାଣ ବିକ୍ରି ସମୟରେ ଗ୍ରାହକଙ୍କଠାରୁ ଅଯଥା ଅଧିକ ଟଙ୍କା ଆଦାୟକୁ ବରଦାସ୍ତ କରାଯିବ ନାହିଁ। ବଜାରରେ ଦର ନିୟନ୍ତ୍ରଣ ରଖିବା ସହ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ।
ପଢନ୍ତୁ ଏହି ଖବର: ଦୀପାବଳିରେ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇପାରିବେ
ଏବର୍ଷ ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ଲୋକେ ବାଣ ଫୁଟାଇପାରିବେ । ଆଲୋକର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ ଭାବେ ପାଳନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଭଳି କଟକଣା ଜାରି କରିଛି । ବାଣର ଶବ୍ଦ ସ୍ତର ସର୍ବାଧିକ ୧୨୫ ଡେସିବେଲ୍ ସୀମା ଅତିକ୍ରମ କରିବ ନାହିଁ । ସେହିଭଳି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ପାର୍କ ଓ ଉଦ୍ୟାନ ନିକଟରେ ବାଣ ଫୁଟାଇବାକୁ ବାରଣ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories