Diwali Guidelines / ଦୀପାବଳିରେ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇପାରିବେ
·1 hour ago·2 min read

Key Points
ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟା
ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି
ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇପାରିବେ
ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି
ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇପାରିବେ
ଭୂବନେଶ୍ବର,୦୨/୧୧: ଏବର୍ଷ ଦୀପାବଳିରେ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ଲୋକେ ବାଣ ଫୁଟାଇପାରିବେ । ଆଲୋକର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ ଭାବେ ପାଳନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଭଳି କଟକଣା ଜାରି କରିଛି । ବାଣର ଶବ୍ଦ ସ୍ତର ସର୍ବାଧିକ ୧୨୫ ଡେସିବେଲ୍ ସୀମା ଅତିକ୍ରମ କରିବ ନାହିଁ । ସେହିଭଳି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ପାର୍କ ଓ ଉଦ୍ୟାନ ନିକଟରେ ବାଣ ଫୁଟାଇବାକୁ ବାରଣ ହୋଇଛି ।
ସେହିପରି ଗ୍ରୀନ୍ କ୍ରାକର୍ସ ବ୍ୟତୀତ ଅନ୍ୟ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ କଟକଣା ଲାଗିଛି । ଗ୍ରୀନ୍ କ୍ରାକର୍ସ କିଣିବା ସମୟରେ ପ୍ୟାକେଟ୍ରେ ସବୁଜ ଲୋଗୋ ଓ କ୍ୟୁଆର୍ କୋଡ୍ ଯାଞ୍ଚ କରିବା ସହ କେବଳ ଅନୁମୋଦିତ ବିକ୍ରେତାଙ୍କଠାରୁ ବାଣ କିଣିବାକୁ ବୋର୍ଡ ପରାମର୍ଶ ଦେଇଛି । ବସ୍ତି, ଦୋକାନ, ଅଟ୍ଟାଳିକା, ଅଗ୍ନିକାଣ୍ଡ ଆଶଙ୍କା ଥିବା ସ୍ଥାନ ଓ ଅଧିକ ଯାନବାହନ ଚଳାଚଳ କରୁଥିବା ରାସ୍ତା ନିକଟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି ।
ପଢନ୍ତୁ ଏହି ଖବର: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡଲାଇନ୍, ମାନିବାକୁ ପଡ଼ିବ ଏହି ନିୟମ
୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ନ ଦେବା, ବାଣ ଫୁଟାଇବା ସମୟରେ ସୂତା କପଡ଼ା ପିନ୍ଧିବା, ବାଣରେ ବେରିୟମ୍ ଓ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିର୍ଦ୍ଦେଶାବଳୀ ଉଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍ସ୍ପିକର ନିୟନ୍ତ୍ରଣ ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ କରାଯିବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବୋର୍ଡ ଏହି ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି କରିଛି। ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବାଣ କିଣିବା ପୂର୍ବରୁ ସେଥିରେ CSIR-NEERIର ଲୋଗୋ ଏବଂ QR କୋଡ୍ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ କୁହାଯାଇଛି। ଏଥିସହ ବାଣରେ ବାରିୟମ୍ ଏବଂ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି।
Related Topics
Explore more stories