Videos
|
Odisha

Police on High Alert / ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା

Bikash Mohanty
Browse all articles by Bikash Mohanty
·1 hour ago·1 min read
ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
Police Commissioner

Key Points

ଦୀପାବଳିରେ ହାଇ ଆଲର୍ଟରେ ପୋଲିସ
ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ
ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂଙ୍କ ସୂଚନା
ଭୂବନେଶ୍ବର,୦୭/୧୧: କାଳୀପୂଜା ଓ ଦୀପାବଳି ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା। ଟ୍ରାଫିକ୍ ପରିଚାଳନାଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ଚୋରି ରୋକିବା ପାଇଁ ପୋଲିସ ରହିବ ସଜାଗ। ସୁରକ୍ଷିତ ଦୀପାବଳି ଓ କାଳୀପୂଜା ପାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ। 

ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ନିର୍ଦ୍ଧାରିତ ନିୟମ ମାନି ବାଣ ବିକ୍ରି ଓ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ରହିଛି। ବାଣ ଗୋଦାମ ନିକଟରେ କୌଣସି ଦହନଶୀଳ ସାମଗ୍ରୀ ରଖିବା ଉପରେ କଟକଣା ଲଗାଯାଇଛି। କମ୍ ଶବ୍ଦ ସୃଷ୍ଟି କରୁଥିବା ଏବଂ ସୁରକ୍ଷିତ ପ୍ୟାକିଂ ଥିବା ବାଣ ବିକ୍ରି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି  ପୋଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂ।

ପଢନ୍ତୁ ଏହି ଖବର: କଟା ଘା'ରେ ଚୂନ ମାରିବା ଭଳି ୧୦ ଦିନ ପରେ ନିଜ ନିର୍ବାଚନ ମଣ୍ଡଳୀ ଯାଇଛନ୍ତି ନବୀନ

ସେହିପରି ଛୋଟ ପିଲାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି କମିଶନର। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇ ବୟସ୍କ, ଶିଶୁ ଓ ହସ୍ପିଟାଲରେ ଥିବା ରୋଗୀଙ୍କୁ ଅସୁବିଧାରେ ନ ପକାଇବାକୁ ଅପିଲ୍ କରାଯାଇଛି। କେବଳ ପୋଲିସର ନିୟମ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ନିଜସ୍ୱ ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ହିଁ ସୁରକ୍ଷିତ ଦୀପାବଳିର ମୂଳମନ୍ତ୍ର। ନିୟମ ଉଲ୍ଲଂଘନ ଓ ଜନଜୀବନ ପ୍ରତି ବିପଦ ସୃଷ୍ଟିକାରୀ କାର୍ଯ୍ୟ ପ୍ରତି ପୋଲିସର ରହିବ ଶୂନ୍ୟ ସହନଶୀଳତା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: