Videos
|
Odisha

Naveen Faces Public Anger / କଟା ଘା'ରେ ଚୂନ ମାରିବା ଭଳି ୧୦ ଦିନ ପରେ ନିଜ ନିର୍ବାଚନ ମଣ୍ଡଳୀ ଯାଇଛନ୍ତି ନବୀନ

Bikash Mohanty
Browse all articles by Bikash Mohanty
·3 hours ago·1 min read
କଟା ଘା'ରେ ଚୂନ ମାରିବା ଭଳି  ୧୦  ଦିନ ପରେ ନିଜ ନିର୍ବାଚନ ମଣ୍ଡଳୀ ଯାଇଛନ୍ତି ନବୀନ
Naveen pattnaik

Key Points

ବନ୍ୟାର ୧୦ଦିନ ପରେ ନବୀନଙ୍କୁ ମନେ ପଡ଼ିଲା ହିଞ୍ଜିଳି କଥା
ସବୁଠୁ ଅଧିକ ପ୍ରଭାବିତ ଚାଷୀଙ୍କ ଗାଁ ବୁରୁପଡ଼ା ଗଲେନି
ଲୋକଙ୍କ କଥା ନବୀନଙ୍କୁ ମନେ ନାହିଁ ବୋଲି କହିଲେ ହିଞ୍ଜିଳିବାସୀ
ହିଞ୍ଜିଳି,୦୭/୧୧: ପ୍ରଳୟଙ୍କରୀ ବନ୍ୟାର ଦଶ ଦିନ ପରେ ନବୀନଙ୍କୁ ମନେ ପଡ଼ିିଛି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କଥା । ପ୍ରାକୃତିକ ବିପର୍ଯ୍ୟୟ ସବୁ ଛଡ଼ାଇ ନେବା ପରେ କଟା ଘା'ରେ ଚୂନ ମାରିବା ଭଳି ୧୦ ଦିନ ପରେ ନିଜ ନିର୍ବାଚନ ମଣ୍ଡଳୀ ଯାଇଛନ୍ତି ନବୀନ । ହେଲେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାଷୀଙ୍କ ଗାଁ ବୁରୁପଡ଼ା କାହିଁକି ଆସିଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ନବୀନ ପାଣ୍ଡିଆନଙ୍କ କାମରେ ବ୍ୟସ୍ତ ଥିବାରୁ ତାଙ୍କ ଗାଁକୁ ଗଲେନି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ସାଧାରଣ ଲୋକଙ୍କ କଥା ନବୀନଙ୍କ ମନେନାହିଁ ବୋଲି ମଧ୍ୟ କହିଛନ୍ତି ହିଞ୍ଜିଳି ବାସିନ୍ଦା । 

ଗଞ୍ଜାମ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ। ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଅଞ୍ଚଳର ବନ୍ୟା କ୍ଷୟକ୍ଷତି ସ୍ଥଳ ପରିଦର୍ଶନ କରିଛନ୍ତି। ତେବେ ନବୀନଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିଲା।  ଗଞ୍ଜାମର ଳେଇ ଯିବା ରାସ୍ତାରେ ନବୀନ ଗୋ ବ୍ୟାକ୍ ବୋଲି ଲେଖିଥିବା ଦେଖିବାକୁ ମିଳିଛି। ତେବେ ଏହାକୁ କିଏ ଲେଖିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ପଢନ୍ତୁ ଏହି ଖବର: 

ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ‘ନବୀନ କେଉଁଠି?’ ବୋଲି ହିଞ୍ଜିଳିରେ ଲାଗିଥିଲା ଅନେକ ପୋଷ୍ଟର। ହିଞ୍ଜିଳି ସହରର ବିଭିନ୍ନ ଅଞ୍ଚଳରେ ଏମିତି ପୋଷ୍ଟର ଦେଖିବାକୁ ମିଳିଥିଲା। ଏହି ପୋଷ୍ଟର କିଏ ଲଗାଇଛି କଣ ପାଇଁ ଲଗାଇଛି ତାହା ଅସ୍ପଷ୍ଟ ରହିଛି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: