ରାତି ପାହିଲେ ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସବୁଠି ଉତ୍ସାହର ମାହୋଲ୍ । ବିଭିନ୍ନ ସ୍ଥାନରେ ଆତସବାଜୀ ଦୋକାନ ଖୋଲିଥିବା ବେଳେ ଜମୁଛି ଗ୍ରାହକଙ୍କ ଭିଡ । ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ କଡ଼ା କଟକଣା ଲଗାଯାଇଛି । ଗ୍ରୀନ କ୍ରାକର, ଝରିଝରି, କୁମ୍ପି, ଚକ୍ରି, ସୁତିଲି ବାଣ, ଆତସବାଜି ଭଳି ଅନେକ ରଙ୍ଗୀନ ବାଣ ଦୋକାନରେ ବିକ୍ରି ହେଉଛି । ବାଣ ଫୁଟାଇବା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାର୍ଗଦର୍ଶିକା ଜାରି କରିଛି ।
ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିବାବେଳେ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରରୁ ବିରତ ରହିବା ପାଇଁ ମାର୍ଗଦର୍ଶିକାର ଉଲ୍ଲେଖ ରହିଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ରାତି 10ଟା ପରେ ବାଣ ଫୁଟାଇବା ମନା । ବାଣ ଫୁଟାଇବାବେଳେ ଲୋକେ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ୍ କମିଶନର୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର