Heart Attack / ଡାକ୍ତରଖାନାରେ ଚାଲିଗଲା ଡାକ୍ତରଙ୍କ ଜୀବନ; ରୋଗୀ ଦେଖୁଥିବା ବେଳେ ହୃଦ୍ଘାତ !
·8 months ago·3 min read

Key Points
ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥରୁମ୍ରୁ ଆସିନଥିଲେ ଡାକ୍ତର ପାଲ୍ । ଫଳରେ ଡାକ୍ତରଖାନାର ଅନ୍ୟ କର୍ମଚାରୀ ଡାକ୍ତର ପାଲଙ୍କୁ ଡାକିଥିଲେ, ସେ ନ ଶୁଣିବାରୁ ବାଥରୁମ୍ କବାଟ ଭାଙ୍ଗି ଡାକ୍ତରଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ବାଲେଶ୍ଵର ସ୍ଥାନାନ୍ତରଣ କରାଯିବା ବେଳେ ବାଟରେ ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁ ହୋଇଛି ।
ନୀଳଗିରି (ବାଲେଶ୍ଵର): ମେଡିକାଲ୍ରେ ରୋଗୀ ଦେଖୁଥିଲେ । ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ବାଥରୁମ୍ ଗଲେ । ହେଲେ ଆଉ ବାଥରୁମ୍ରୁ ଆସିଲେନି କି ଡାକିବାରୁ ଶୁଣିଲେଣି । ଶେଷରେ ମେଡିକାଲ୍ ଷ୍ଟାଫ୍ ବାଥରୁମ୍ କବାଟ ଭାଙ୍ଗି ଡାକ୍ତରଙ୍କୁ ଉଦ୍ଧାର କରିଛନ୍ତି ।
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ଡାକ୍ତରଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଉଥିଲା । ତେବେ ବାଟରେ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହୃଦ୍ଘାତରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଓ ରକ୍ତ ଭଣ୍ଡାର ଅଧିକାରୀ ତ୍ରିନାଥ ପାଲ୍ ପ୍ରାଣ ହରାଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଅ ଆଶାରେ ସ୍ତ୍ରୀକୁ ନିର୍ଯାତନା; ଶେଷରେ ୫ ଝିଅ ସହ ଘରୁ ବାହାର କରିଦେଲା...
ରବିବାର ସକାଳୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତ୍ରିନାଥ ପାଲ୍ ଉପଖଣ୍ଡ ଚିକିତ୍ସାଳୟକୁ ଆସି ରୋଗୀ ଦେଖିବା ଆରମ୍ଭ କରିଥିଲେ । ରୋଗୀ ଦେଖିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ ଡାକ୍ତର ପାଲ୍ । ଅସୁସ୍ଥ ଅନୁଭବ ପରେ ଡାକ୍ତର ତ୍ରିନାଥ ପାଲ୍ ବାଥରୁମ୍ ଯାଇଥିଲେ ।
ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଥରୁମ୍ରୁ ଆସିନଥିଲେ ଡାକ୍ତର ପାଲ୍ । ଫଳରେ ଡାକ୍ତରଖାନାର ଅନ୍ୟ କର୍ମଚାରୀ ଡାକ୍ତର ପାଲଙ୍କୁ ଡାକିଥିଲେ, ସେ ନ ଶୁଣିବାରୁ ବାଥରୁମ୍ କବାଟ ଭାଙ୍ଗି ଡାକ୍ତରଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ବାଲେଶ୍ଵର ସ୍ଥାନାନ୍ତରଣ କରାଯିବା ବେଳେ ବାଟରେ ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁ ହୋଇଛି । ହୃଦ୍ଘାତରେ ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କାହିଁକି ବଢ଼ୁଛି ହୃଦ୍ଘାତ ?
ବିଗତ କିଛି ବର୍ଷ ହେଲା ଭାରତର ଯୁବବର୍ଗଙ୍କ ନିକଟରେ ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟ ଭଳି ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହା ପଛରେ ଅନେକ କାରଣ ଥିବା ଡାକ୍ତର କୁହନ୍ତି । ଖରାପ ଖାଦ୍ୟ ପାନୀୟ, ବ୍ୟାୟାମ ନ କରିବା, ଧୂମ୍ରପାନ, ଅଧିକ ମଦ୍ୟପାନ ଓ ଚାପ ଆଦି ଆପଣଙ୍କୁ ମଧୁମେହ ସହ ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟେରୋଲରେ ଆକ୍ରାନ୍ତ କରିବା ସହ ହୃଦ୍ଘାତ ଆଡ଼କୁ ଟାଣି ନିଏ । ଅସ୍ଵାସ୍ଥ୍ୟକର ଖାଦ୍ୟ ଉପରେ ନିୟନ୍ତ୍ରଣ ହୃତ୍ପିଣ୍ଡ ବା ହୃଦୟକୁ ସୁସ୍ଥ ରଖିବା ଲାଗି ଖାଦ୍ୟ ପାନୀୟ ଉପରେ ନିୟନ୍ତ୍ରଣ ଆଣିବା ବେଶ୍ ଜରୁରି ।
ଲୁଣ ନିୟନ୍ତ୍ରଣ- ଅତ୍ୟଧିକ ସୋଡିୟମ୍ ସେବନ ଆପଣଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାର କାରଣ । ଯାହାଦ୍ଵାରା ରକ୍ତଚାପ ମଧ୍ୟ ବଢ଼ିଯାଏ ଏବଂ ହୃତ୍ପିଣ୍ଡ ଅଧିକ କାର୍ଯ୍ୟକ୍ଷମ ହୁଏ । ଦୀର୍ଘ ସମୟ ଧରି ହୃତ୍ପିଣ୍ଡ ଉପରେ ଏହା ଚାପ ପକାଇ ରୋଗୀଣା କରିଦିଏ ।
ପ୍ରୋସେସଡ୍ ଫୁଡ୍ସ- ପ୍ରୋସେସଡ୍ ଫୁଡ୍ସ ଅଥବା ପ୍ୟାକେଟ ଖାଦ୍ୟର ଦୀର୍ଘ ସମୟ ସେବନ ମଧ୍ୟ ଧମନୀରେ ରକ୍ତ ପ୍ରବାହକୁ ବାଧାପ୍ରାପ୍ତ କରିଥାଏ । ଆଉ ଏହା ଦ୍ଵାରା ବଢ଼ି ଯାଏ ହୃଦ୍ଘାତ ବିପଦ । ଅତ୍ୟଧିକ ଚିନି ଖାଇବା- ଅଧିକ ଚିନି ଖାଇବା ଦ୍ଵାରା ଶରୀରରେ ଇନସୁଲିନର ସ୍ତରରେ ଅସମାନତା ଆସେ । ଯାହାଦ୍ଵାରା ମଣିଷ ମୋଟା ହୋଇ ଯାଏ ଏବଂ ବଢ଼ିଯାଏ ହୃଦ୍ଘାତର ବିପଦ । ଏଥିସହ ଉଚ୍ଚ ରକ୍ତଚାପ ଓ ଗ୍ଲୁକୋଜର ସ୍ତର ବୃଦ୍ଧି ମଧ୍ୟ ହୃଦ୍ ରୋଗର ଆଶଙ୍କା ବଢ଼ାଏ ।
ଏଥିସହ ପଢ଼ନ୍ତୁ: ହୃଦ୍ଘାତର ଅଧିକ ଶିକାର କାହିଁକି ହେଉଛନ୍ତି ଯୁବବର୍ଗ ? ଏହି ୭ ଅଭ୍ୟାସ ସାଜିଛି 'ସାଇଲେଣ୍ଟ କିଲର୍'
ଅଳସୁଆମୀ- ବ୍ୟାୟାମ ନ କରିବା, ଦୀର୍ଘ ସମୟ ଧରି ବସି ରହିବା, ଅତ୍ୟଧିକ ସମୟ ଶୋଇ ରହିବା ଏବଂ କମ୍ ଶାରିରୀକ କାର୍ଯ୍ୟ କରିବା ଦ୍ଵାରା ହୃତ୍ପିଣ୍ଡର ମାଂସପେଶୀ ଦୁର୍ବଳ ହୋଇଯାଏ । ଯେଉଁଥିପାଇଁ ରକ୍ତ ପ୍ରବାହରେ ବାଧା ଆସିବା ସହ ମୋଟାପଣ, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟେରୋଲ ବିପଦ ବଢ଼ାଏ । ଏଥିପାଇଁ ବ୍ୟାୟାମ ସହ ଦ୍ରୁତ ଗତିରେ ଚାଲିବା ଆବଶ୍ୟକ ।
ଧୂମ୍ରପାନ- ତମ୍ବାଖୁରେ ନିକୋଟିନ୍ ଥାଏ, ଯାହାକି ହୃତ୍ପିଣ୍ଡ ବ୍ଲଡ୍ ଭେସଲ୍ସକୁ କ୍ଷତି ପହଞ୍ଚାଏ । ଏହା ଆପଣଙ୍କ ରକ୍ତରେ ଅମ୍ଳଜାନ ମାତ୍ରା କରିବା ସହ ରକ୍ତଚାପ ବଢ଼ାଏ । ଦୀର୍ଘ ସମୟ ଧରି ସିଗାରେଟ୍ ଟାଣିବା କର୍କଟ ସହ ହୃଦ୍ଘାତ ବିପଦ ବୃଦ୍ଧି କରେ ।
ମଦ୍ୟପାନ- ଏହାଛଡ଼ା ଅତ୍ୟଧିକ ମଦ୍ୟପାନ ଦ୍ଵାରା ରକ୍ତଚାପ ବଢ଼ିଥାଏ । ରକ୍ତରେ ଟ୍ରାଇଗ୍ଲିସରାଇଡର ସ୍ତ ବୃଦ୍ଧି ଓ ଅନିୟନ୍ତ୍ରିତ ହାର୍ଟ ବିଟ୍ ଏବଂ ହୃତପିଣ୍ଡର ଗତି ବନ୍ଦ ହୋଇଯିବା ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories