କାର୍ ଚୋରି ଅଭିଯୋଗରେ ବନ୍ଧାହେଲେ ଡାକ୍ତର
·2 years ago·1 min read

ଅର୍ଗସ ବ୍ୟୁରୋ : ଠକେଇ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର। ମଙ୍ଗଳାବାଗ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ମାସିକ ଭଡା ସୂତ୍ରରେ ଗାଡି ନେଇ ଚମ୍ପଟ ମାରିଥିଲେ ଡାକ୍ତର ବାବୁ। ଏସିସିବି ମେଡିକାଲ ରେ ଇଣ୍ଟେନସିଭ କରିବା ସମୟରେ ଏକ କାରକୁ ମାସିକ ଭଡା ସୂତ୍ରରେ ନେଇଥିଲେ କିଛି ଦିନ ପରେ ଆଉ ଧରାଛୁଆ ଦେଇନଥିଲେ । ଠକାମୀର ଶିକାର ହୋଇଥିବା ଜାଣିପାରି ଗାଡି ମାଲିକ ମଙ୍ଗଳାବାଗ ଥାନାରେ ଡାକ୍ତର ଙ୍କ ବିରୋଧରେ ଏତଲା ଦେଇଥିଲେ ।
ଅଧିକ ପଢନ୍ତୁ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଦୀର୍ଘଦିନ ଧରି ପୋଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଅଭିଯୁକ୍ତ ଡାକ୍ତର ଙ୍କୁ ପାଉନଥିଲା ତେବେ ଅଭିଯୁକ୍ତ ଡାକ୍ତର ଅବିନାଶ ଶତପଥୀ କୁ ଭୁବନେଶ୍ୱର ରୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଡାକ୍ତର ଏକ ଘରୋଇ ହସ୍ପିଟାଲ ରେ କାମ କରୁଥିବା ଜଣାପଡିଥିବାବେଳେ ତାଙ୍କ ବିରୁଦ୍ଧରେ ଭୁବନେଶ୍ୱର ବରଗଡ଼ ଥାନା ରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: