ମଧ୍ୟରାତ୍ରିରୁ ନିଖୋଜ ଅଛନ୍ତି ଡାକ୍ତର: ମାଓବାଦୀ ଅପହରଣ କରିଥିବା ସନ୍ଦେହ

ଅର୍ଗସ ବ୍ୟୁରୋ: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତକାଲି ଠାରୁ ନିଖୋଜ ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦିଆଯାଇଛି। ଏହି ସୂଚନା ଆଧାରରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାର୍ଟର୍ସକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣାସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀଙ୍କ ନାମରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାଟର ମଧ୍ୟରୁ ଜବତ କରିଛି । ମାଲକାନଗିରି ଏସ୍ପିଙ୍କ ସୂଚନା ଅନୁଯାୟୀ ପୋଷ୍ଟରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି।
ତେବେ ପୋଲିସ ପାରିପାର୍ଶ୍ବିକ ପରସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ଡାକ୍ତର ଅପହରଣ ନା ଅନ୍ୟ କିଛି ଏହା ଜିଲ୍ଲାବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ସବିଶେଷ ସୂଚନା ମିଳିପାରିନାହିଁ । ଅପହରଣ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨
