ହାଇଡ୍ରୋସେଲ୍ ଅପରେସନ୍ ପାଇଁ ମାଗୁଥିଲେ ଟଙ୍କା

ଝାରସୁଗୁଡା: ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର ବାବୁ । ଜଣେ ରୋଗୀଙ୍କ ଠାରୁ ହାଇଡ୍ରୋସେଲ୍ ଅପରେସନ୍ ପାଇଁ ମାଗୁଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାର ସର୍ଜରୀ ବିଶେଷଜ୍ଞ ଡକ୍ଟର ସୁପ୍ରୀତ ସୌରଭ ଅପରେସନ୍ ପାଇଁ ମାଗିଥିଲେ ୬ ହଜାର ଟଙ୍କା । ଏନେଇ ଉକ୍ତ ରୋଗୀ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଡକ୍ଟର ସୁପ୍ରୀତଙ୍କୁ ଗିରଫ କରିଛନ୍ତି । ସେପଟେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର ।
ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । କାରରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ କଟକରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଏହା ସହ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନ ଓ ଜାଗତସିଂହରୁ ସ୍ଥିତ ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିବା ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର