ରାଜ୍ୟବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ , ସ୍ବାସ୍ଥ୍ୟସେବା ପ୍ରଭାବିତ

ବରଗଡ : ଓଡ଼ିଶାରେ କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ନିଆଁ l ଇଣ୍ଡିଆନ ମେଡିକାଲ ଆସୋସିଏସନର ୨୪ ଘଣ୍ଟିଆ ଧର୍ମଘଟ ଡାକରାରେ ପ୍ରଫେସର, ଡାକ୍ତର ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି l ବରଗଡ଼ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଡାକ୍ତରମାନେ ଆନ୍ଦୋଳନକୁ ଓଲାଇବାରୁ ସ୍ବାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି l ଏଥିପାଇଁ ସମସ୍ତ ହସ୍ପିଟାଲରେ ଏମାର୍ଜେନ୍ସି ସେବାକୁ ଛାଡିଦେଲେ ଓପିଡି, ଲାବ ସହ ବିଭିନ୍ନ ପ୍ରକାର କାର୍ଯ୍ୟକୁ ବନ୍ଦ କରିଛନ୍ତି l
ଅଧିକ ପଢନ୍ତୁ : ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ?
ଖୁବ୍ ଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦେବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି କରିବା ସହ ଏସପି ଅଫିସ ଯାଇ ଦାବିପତ୍ର ଦେଇଛନ୍ତି l ଅନ୍ୟପଟେ ବରଗଡ଼ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ସହର ବୁଲି ୱି ୱାଣ୍ଟ ଜଷ୍ଟିସ ନାରା ଦେଇ ଏସପି ଅଫିସ ଆଗରେ ପ୍ରତିବାଦ କରିଛନ୍ତି l ଆମେ ଏବେବି ସ୍ଵାଧୀନ ନାହିଁ ଫଳରେ ମହିଳାଙ୍କ ପାଇଁ ନୂଆ ଆଇନ ଆଣିବା ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଯେଉଁ ମାନେ ସାମିଲ ଅଛନ୍ତି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି l