Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଲା 

Odisha

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଲା 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଲା 

ଅନୁଗୁଳ:  ଅଭାବନୀୟ, ହୃଦୟବିଦାରକ । ନବଜାତକ ଶିଶୁକନ୍ୟାକୁ ଝୁଣି ଖାଇଲା କୁକୁର । ଅନୁଗୁଳ ଜିଲ୍ଲା ସଦର ଥାନା ଶରଧାପୁର ଅଞ୍ଚଳରୁ ଆସିଛି ଲୋମଟାଙ୍କୁରା ଘଟଣା । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଛି । ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍‌ ଯୋଗେ ସେହି ରାସ୍ତା ଦେଇ ଯାଉଥିବାବେଳେ ନବଜାତ ଶିଶୁକୁ ବୁଲା କୁକୁର ଖାଉଥିବାର ଦେଖି ଅଟକି ଯାଇଥିଲେ ।

ଅଧିକ ପଢନ୍ତୁ: ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ବାଇକ୍‌ ଆରୋହୀ କୁକୁରକୁ ଘଉଡାଇ ଦେଇଥିଲେ । ଶିଶୁକନ୍ୟା ଶରୀରର ଅଧିକାଂଶ ଭାଗକୁ ଝୁଣି ଖାଇଦେଇଛି କୁକୁର । ଗୁରୁତର ଶିଶୁକୁ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଲା ବେଳକୁ ନବଜାତ ଶିଶୁର ଜୀବନ ଆଉ ନଥିଲା । ଅନୁଗୁଳ ପୋଲିସ୍ ନବଜାତ ଶିଶୁର ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶିଶୁର ମୃତ ଶରୀର ଅନୁଗୁଳ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ତେବେ ନବଜାତ ଶିଶୁକୁ କେହି ଜଣେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
dog devoured a newborn baby lying on the side of the road | Argus News