Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସନ୍ତ ମହୋତ୍ସବରେ ଫଗୁ ଖେଳିଲେ ଦୋଳଗୋବିନ୍ଦ

Manini Pattanayak
Browse all articles by Manini Pattanayak
·2 years ago·2 min read
ବସନ୍ତ ମହୋତ୍ସବରେ ଫଗୁ ଖେଳିଲେ ଦୋଳଗୋବିନ୍ଦ

ପୁରୀ: ଫଗୁ ଖେଳିଲେ ମହାପ୍ରଭୁ । ପାଟ୍ଟବସ୍ତ୍ର ଓ 32 ପ୍ରକାରର ସ୍ଵର୍ଣ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଚତୁର୍ଦ୍ଧାମୂର୍ତ୍ତି ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ଖେଳିଛନ୍ତି ଫଗୁ । ଶ୍ରୀମନ୍ଦିରରେ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଲୋକଙ୍କ ଉତ୍ସାହ ।  ଭକ୍ତ ଆଖିରେ ଖୁସିର ଲହର, ଦେହରେ ଲାଗିଛି ବସନ୍ତର ରଙ୍ଗୀନ ଛିଟା । ପବିତ୍ର ଦୋଳ ପୂର୍ଣ୍ଣିମାରେ ଦୋଳବେଦୀରେ ବିରାଜମାନ କରିଛନ୍ତି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିରରେ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ପାଟ୍ଟବସ୍ତ୍ର ଓ 32 ପ୍ରକାରର ସ୍ଵର୍ଣ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଚତୁର୍ଦ୍ଧାମୂର୍ତ୍ତୀ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ଖେଳିଛନ୍ତି ଫଗୁ । ଡହଡହ ଖରାରେ ସିଝି ବିମାନରେ ଝୁଲୁଥିବା ମଦନମୋହନଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଭକ୍ତ ।

ମହାପ୍ରଭୁଙ୍କୁ ଲାଗି ହୋଇଛି ସ୍ବତନ୍ତ୍ର ଚାଚେରୀ ଭୋଗ । ଦୋଳବେଦୀ ଉପରେ 7 ଘେରା ଓ ତଳେ 7ଘେରା ପ୍ରଦକ୍ଷିଣ କରିଥିଲେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ବେଦ ମନ୍ତ୍ର ଓ ନାମ ସଂକୀର୍ତ୍ତନର ପବିତ୍ର ଧ୍ବନିରେ ମୁଖରିତ ହେଉଛି ସିଂହଦ୍ଵାର । ଋତୁରାଜ ବସନ୍ତର ଆଗମନରେ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଦୋଳ ଉତ୍ସବର ପଟୁଆର । ପଳାସ ଫୁଲର ଲାଲିମାରେ ସଜେଇ ହୋଇଛି ଆକାଶ । ଶ୍ରୀକ୍ଷେତ୍ର ପରି ଅନ୍ୟ ତିନି ଧାମରେ ମଧ୍ୟ ଉତ୍ସାହର ସହ ଫଗୁ ଖେଳରେ ତଲ୍ଲୀନ ହୋଇଛନ୍ତି ଭକ୍ତ । ଅଯୋଧ୍ୟା, କାଶୀ, ବୃନ୍ଦାବନ ସମେତ ଦେଶର ସମସ୍ତ ସହରରେ ରଙ୍ଗ ଖେଳରେ ବିଭୋର ହୋଇଛନ୍ତି ଲୋକ । ଫାଲଗୁନ ପୂର୍ଣ୍ଣିମାରେ ଅଯୋଧ୍ୟା, ବୃନ୍ଦାବନ, ବାରାଣସୀ, ମଥୁରା ସମେତ ଦେଶର ତୀର୍ଥକ୍ଷେତ୍ରରେ ପାଳିତ ହୋଇଛି ହୋଲିକା ଦହନ । ଭକ୍ତ ପ୍ରହ୍ଲାଦଙ୍କୁ ସ୍ମରଣ ସହ ହୋଲିକା ଅଗ୍ନିରେ ନକରାତ୍ମକ ଶକ୍ତିର ଦହନ କରିବା ପରେ ରଙ୍ଗ ଖେଳି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛନ୍ତି ଭାରତବାସୀ ।  

 ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦେଶ,ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ହୋଲି ଉତ୍ସବ ଦେଶବାସୀଙ୍କ ମନରେ ନୂଆ ରଙ୍ଗ ଭରି ଦେବାକୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Dogobind played fugu during the spring festival | Argus News