Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ବିରୋଧରେ ହଲ୍ଲାବୋଲ

Ritu Das
Browse all articles by Ritu Das
·2 years ago·2 min read
ଅର୍ଗସ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ବିରୋଧରେ ହଲ୍ଲାବୋଲ

ଅର୍ଗସ ବ୍ୟୁରୋ: ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଗିରଫ ଦାବିରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ । ଭୁବନେଶ୍ବର ଜୟଦେବ ଭବନ ନିକଟରେ ରାଜ୍ୟର ବରିଷ୍ଠ ସାମ୍ବାଦିକମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ୨ ଦିନ ତଳେ ଅର୍ଗସ ସମ୍ବାଦିକା ଚିନ୍ମୟୀ ସାହୁ ଓ କ୍ୟାମେରାମ୍ୟାନ ଉମେଶ ମହାରଣାଙ୍କ ଉପରେ ରଘୁନନ୍ଦନ ଦାସ କୁକୁରଛାଡି ମରଣାନ୍ତକ ଆକ୍ରମଣ ଉଦ୍ୟମ କୁ ଘୋର ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ଜଣେ କାର୍ଯ୍ୟରତ ସାମ୍ବାଦିକା ଖବର ପ୍ରସାରଣ ପାଇଁ ଅନୁମତି ନେଇ ତାଙ୍କ ଘର ଭିତରକୁ ଯାଇଥିଲେ। ଏହା ଜାଣି ମଧ୍ୟ ରଘୁନନ୍ଦନ ତାଙ୍କ ଉପରକୁ କୁକୁର ଛାଡ଼ିଦେବା ଧର୍ତ୍ତବ୍ୟ ଅପରାଧ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ସେପଟେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବି ଦିଆଯାଇଛି। 

କେବଳ ଭୁବନେଶ୍ବର ନୁହଁ ରାଜ୍ୟବ୍ୟାପୀ ଏହାର ପ୍ରତିବାଦ କରିଛନ୍ତି ସାମ୍ବାଦିକମାନେ । କଟକ, ବାଲେଶ୍ବର, ବ୍ରହ୍ମପୁର, ଖୋର୍ଦ୍ଧା, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର ସମେତ ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ବି ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ । ବିଜେଡିର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଛାଡ଼ି ଅର୍ଗସ ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ମରଣାନ୍ତକ ଆକ୍ରମଣ କଲେ । ହେଲେ ଏହାସତ୍ତ୍ବେ ତାଙ୍କ ବିରୋଧରେ  କାହିଁକି 307 ଦଫା ଲାଗୁନି ତାହା ଏବେ ବଡ଼ ପ୍ରଶ୍ନ । 

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । କହିଛନ୍ତି ମାମଲାର ତଦନ୍ତ ଚାଲିଛି । ପ୍ରମାଣ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ କେଳେଙ୍କାରୀର ଅର୍ଗସ ପୋଲ୍ ଖୋଲିଦେବାରୁ ଚିହିଙ୍କି ଉଠିଥିଲେ ତାଙ୍କ ଘର ପାଖରେ ରହୁଥିବା ରଘୁନନ୍ଦନ ଦାସ । କାର୍ଯ୍ୟରତ ସାମ୍ବାଦିକ ଓ କ୍ୟାମେରାପର୍ସନଙ୍କ ଉପରକୁ କୁକୁର ଛାଡିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ୍ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Dogs on argus | Argus News