ଦୋଳ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
·2 years ago

ପୁରୀ: ଦୋଳ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଦୋଳ ବିମାନରେ ବିଜେ କରି ଦ୍ବାର ଦ୍ବାର ବୁଲି ଚାଚେରୀ ଭୋଗ ଖାଉଛନ୍ତି ଠାକୁର । ବିମାନ ସମ୍ମୁଖରେ ନାଚ ସାଙ୍ଗକୁ ଘଣ୍ଟ ଏବଂ ମୃଦଙ୍ଗ ମାଡରେ କମ୍ପି ଉଠୁଛି ଗାଁ ଦାଣ୍ଡ । ପ୍ରାୟ ସବୁଠି ବେଶ୍ ଜାକଜମକରେ ଅନୁଷ୍ଠିତ ହେଉଛି ଦୋଳ ମେଳଣ ।
ଆଜି ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ସେହିପରି କାଲି ହୋଲି ବା ରଙ୍ଗଖେଳ । ଏଥିପାଇଁ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: