Videos
|
Odisha

ହାତୀଙ୍କ ପିଛା ଛାଡୁନି ବିପଦ : ବିଦ୍ୟୁତ ଆଘାତ ହେଉଛି କାଳ

Ritu Das
Browse all articles by Ritu Das
·2 years ago·1 min read
ହାତୀଙ୍କ ପିଛା ଛାଡୁନି ବିପଦ : ବିଦ୍ୟୁତ ଆଘାତ ହେଉଛି କାଳ

ଅର୍ଗସ ବ୍ୟୁରୋ: ହାତୀଙ୍କ  ପିଛା ଛାଡୁନି ସଙ୍କଟ । ବିଦ୍ୟୁତ ଆଘାତରେ  ହାତୀଙ୍କ ମୃତ୍ୟୁ ଅନ୍ୟ ପ୍ରମୁଖ କାରଣ ପାଲିଟିଛି। ଆକସ୍ମିତ ଭାବେ ହେଉକି ସୁଚିନ୍ତିତ ଭାବେ ହେଉ ବିଦ୍ୟୁତ ଆଘାତରେ ହତ୍ୟା କରାଯାଉଛି। ଚଳିତ ମାସ ଆରମ୍ଭରୁ ୩ଟି ହାତୀଙ୍କ ଜୀବନ ଗଲାଣି। ଯାହା ସବୁଠାରୁ ଚିନ୍ତାର କାରଣ ପାଲିଟିଛି । କେଉଁଠି ମନୁଷ୍ୟକୃତ ବିଦ୍ୟୁତ ତାର ତ ଆଉ କେଉଁଠି ନିଜେ ନିଜକୁ ବିପଦରେ ଡାକିଛନ୍ତି ବିଦ୍ୟୁତ ଖୁଣ୍ଟ ଉପାଡି।

କେବଳ ଏ ବର୍ଷ ନୁହେଁ, ଲଗାତର ୧୦ ବର୍ଷ ଧରି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ବଢି ଚାଲିଛି। ୨୦୨୪ରେ ମାସ କେଇଟା ମଧ୍ୟରେ ବିଦ୍ୟୁତ ଆଘାତରେ ୯ଟି ହାତୀଙ୍କ ହୋଇଛି। ମାତ୍ର ଖବର ଅନୁଯାୟୀ ୧୦ ବର୍ଷ ତଳେ ବର୍ଷକୁ ୪ରୁ ୬ଟି ହାତୀ ମରୁଥିଲେ। ଏବେ କିନ୍ତୁ ସ୍ଥିତି ବଦଳିଗଲାଣି। ୨୦୨୨-୨୩ରେ ବିଦ୍ୟୁତ ସଂସ୍ପର୍ଶରେ ହାତୀ ମୃତ୍ୟୁ ସବୁ ରେକର୍ଡ ଭାଙ୍ଗିଥିଲା ଆକସ୍ମିକ ଭାବେ ୮ ଓ ସୁଚିନ୍ତିତ ଭାବେ ୧୮ଟି ହାତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ତେବେ ୨୦୨୩-୨୪ରେ ୧୬ଟି ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମରିଥିଲେ ମଧ୍ୟ କିପରି ମୃତ୍ୟୁ ହୋଇଥିଲା ତାହାର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। 

ସ୍ବାଭାବିକ ଭାବେ ୯୦ଟି ହାତୀଙ୍କ ମୃତ୍ୟୁ କାରଣ ଜଣାପଡି ନାହିଁ। ମୁଖ୍ୟତଃ ବିଦ୍ୟୁତ ତାରରେ ନିର୍ମିତ ଶିକାରୀ ଯନ୍ତା, ଝୁଲନ୍ତା ବିଦ୍ୟୁତ ତାର, ବିଦ୍ୟୁତ ବାଡ ଯୋଗୁଁ ମୃତ୍ୟୁ ହେଉଛି ବୋଲି 'ଓ୍ବାଇଲଡ ଲାଇଫ୍ ସୋସାଇଟି ଅଫ ଓଡିଶା' ର ସମ୍ପାଦକ ବିଶ୍ବଜିତ ମହାନ୍ତି କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Don't chase | Argus News