Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଡିଶା ରାଜ୍ୟରେ ଧର୍ମଘଟ, ଓଡିଶା ଆଳୁ ବଜାରରେ ଅନଟନ

Smruti Parija
Browse all articles by Smruti Parija
·1 year ago·2 min read
ପଡିଶା ରାଜ୍ୟରେ ଧର୍ମଘଟ, ଓଡିଶା ଆଳୁ ବଜାରରେ ଅନଟନ

Key Points

-ପଡିଶା ରାଜ୍ୟରେ ଧର୍ମଘଟ, ଓଡିଶା ଆଳୁ ବଜାରରେ ଅନଟନ
- ପଶ୍ଚିମବଙ୍ଗ ଗାଡ଼ି ଅଟକାଇବା ପରେ ରାଜ୍ୟରେ ବଢ଼ିଲା ଅଧିକ ଟେନସନ
- ଜରୁରୀ କାଳୀନ ବୈଠକ ଡାକି ରାଜ୍ୟ ସରକାର କଲେ ଆଲୋଚନା
- ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ସରକାରଙ୍କ ବ୍ୟାକଅପ ପ୍ଲାନ
- ମନ୍ତ୍ରୀଙ୍କ ଚେତାବନୀ- ୩୨ ଟଙ୍କାରୁ ଅଧିକ ଦରରେରେ ଆଳୁ ବିକିଲେ ହେବ ଆକ୍ସନ
- ପୂର୍ବ ବିଜେଡି ସରକାରଙ୍କ ଆଳୁ ମିଶନ ବିଫଳତା ନେଇ ପୁଣି ଉଠିଲା ସବାଲ
- ୨୪ ବର୍ଷ ବିଜେଡି ଶାସନରେ ଅଚଳ ହୋଇଛି ୧୦୦ରୁ ଅଧିକ ଶୀତଳ ଭଣ୍ଡାର

ଅର୍ଗସ ବ୍ୟୁରୋ: ପୁଣି ଚିନ୍ତା ବଢାଇଲା ଆଳୁ । ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟରେ ଧର୍ମଘଟର ବଡ଼ ପ୍ରଭାବ ଓଡ଼ିଶାର ବଜାର ଉପରେ ପଡ଼ିଛି । ବିଶେଷ କରି ଓଡିଶା ସୀମାରୁ ପଶ୍ଚିମବଙ୍ଗ ସରକାର ଶହ ଶହ ଆଳୁ ବୋଝେଇ ଗାଡ଼ି ଫେରେଇ ନେବା ପରେ ଟେନସନ ଅଧିକ ବଢିଛି । ଯାହାକୁ ନେଇ ଆକ୍ସନ ମୋଡ଼ କୁ ଆସିଛନ୍ତି ରାଜ୍ୟ ସରକାର । ଜରୁରୀକାଳୀନ ବୈଠକ ଡାକି ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । ବିଶେଷ ପରିସ୍ଥିତିରେ ଉତ୍ତରପ୍ରଦେଶରୁ ଆଳୁ ଆଣି ବଜାର ଅଭାବ ଦୂର ପାଇଁ ନିଆଯାଇଛି ନିଷ୍ପତ୍ତି । 

ସେପଟେ ଏଭଳି ସ୍ଥିତିରୁ ଫାଇଦା ହାତେଇବା ଲାଗି ରାଜ୍ୟରେ ସକ୍ରିୟ ହୋଇଥିବା ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଯୋଗାଣ ବିଭାଗ । ଖୋଦ ଯୋଗାଣ ମନ୍ତ୍ରୀ ଅଧିକାରୀ ମାନଙ୍କୁ ସାଙ୍ଗରେ ଧରି ବିଭିନ୍ନ ଗୋଦାମ ଉପରେ ଚଢ଼ାଉ କରିଛନ୍ତି । ଗୋଦାମରେ ଆଳୁ ଦର ୨୭ ଟଙ୍କାଥିବାରୁ ବଜାର ଦର ୩୨ ଟଙ୍କାରୁ ଅଧିକ ନକରିବା ଲାଗି ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ଯଦି କୌଣସି ବ୍ୟବସାୟୀ ନିୟମ ଉଲଘଂନ କରନ୍ତି ତୁରନ୍ତ ଆକ୍ସନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । 

ଅନ୍ୟପଟେ ବଜାରରେ ଆଳୁର ଦର ବୃଦ୍ଧି ଓ ଅଭାବକୁ ନେଇ ତେଜିଛି ରାଜନୀତି । ବିଜେଡି ସରକାର ସମୟରେ କରାଯାଇଥିବା ଆଳୁ ମିଶନ କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । ଓଡିଶାରେ ଯଥେଷ୍ଟ ଆଳୁ ଉତ୍ପାଦନ ହେଉଥିଲେ ବି ଶୀତଳ ଭଣ୍ଡାର ଅଭାବ ଓଡ଼ିଆ ଚାଷୀଙ୍କୁ ବାଧ୍ୟ କରୁଛି କମ ଟଙ୍କାରେ ବିକି ଅଧିକ ଟଙ୍କାରେ କିଣିବାକୁ । ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ତତ୍କାଳୀନ ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ବୋଲି କୁହାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏ ପରିସ୍ଥିତିର ଦୀର୍ଘ ମିଆଦି ସମାଧାନ ଓ ପଶ୍ଚିମବଙ୍ଗ ଉପରୁ ନିର୍ଭରଶୀଳତାକୁ କମାଇବା ଲାଗି ମୋହନ ସରକାର ପ୍ରାଥମିକ ସ୍ତରରେ ରାଜ୍ୟର ସମସ୍ତ ଉପଖଣ୍ଡ ଓ ପରବର୍ତ୍ତୀ ସମୟରେ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ ସହ ଚାଷୀଙ୍କୁ ଆଳୁ ଚାଷ ଲାଗି ପ୍ରୋତ୍ସାହନ ଲାଗି ଯୋଜନା ହାତକୁ ନେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Don't sell potatoes more than Rs 32/kg: Odisha minister tells traders amid price rise | Argus News