Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶାରେ ଏଥର ଡବଲ ଇଞ୍ଜିନ୍ ସରକାର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଓଡିଶାରେ ଏଥର ଡବଲ ଇଞ୍ଜିନ୍ ସରକାର

ଅର୍ଗସ ବ୍ୟୁରୋ: ନୂଆ ଦାୟିତ୍ୱ ମିଳିବା ପରେ ଓଡିଶାରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ । ରାଜ୍ୟ କାର୍ଯ୍ୟାଳୟରେ ଆଜି ଶୀର୍ଷ ନେତୃତ୍ୱଙ୍କ ସହ ୱାନ ଠୁ ୱାନ ଆଲୋଚନା କରିବା ସହ ଆସନ୍ତା କାଲି ପଦାଧିକାରୀ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ନିର୍ବାଚନ ରଣନୀତି ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ତେବେ ଗସ୍ତ ଅବସରରେ ଉଭୟ ନେତା କହିଛନ୍ତି ଏଥର ଓଡିଶାରେ ବିଜେପିର ସରକାର ସୁନିଶ୍ଚିତ । ୮୦ ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭା ରେ ୧୬ ରୁ ଅଧିକ ସାଂସଦ ଜତିକି ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।  ସେହିପରି ସହ ପ୍ରଭାରୀ କହିଛନ୍ତି ମହିଳା ମାନେ ଆମ ସହିତ ଅଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳା ମାନଙ୍କର ସବୁଠୁ ବଡ଼ ଅବଦାନ ରହିବ ।

ବିଭିନ୍ନ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ କମୁଥିବା ଲୋକପ୍ରିୟତା ବିଜେଡି ପାଇଁ ଚିନ୍ତାର କାରଣ  ହୋଇଛି। ଇଣ୍ଡିଆ ଟୁଡେର ମୁ଼ଡ୍ ଅଫ ନେସନ ପୋଲରେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟା ହ୍ରାସ ପାଉଥିବା ଦର୍ଶାଇଛି। 2023 ଜାନୁୟାରୀରେ ଓଡ଼ିଶାରେ 73.2 ପ୍ରତିଶତ ଲୋକ ନବୀନଙ୍କୁ ପସନ୍ଦ କରୁଥିଲେ, ବର୍ଷକ ପରେ ଏହା ଆସି ପହଞ୍ଚିଛି 52.7 ପ୍ରତିଶତରେ। ଅର୍ଥାତ 12 ମାସରେ ନବୀନଙ୍କ ଲୋକପ୍ରିୟତା 20 ପ୍ରତିଶତ ହ୍ରାସ ପାଇଛି। ସେପଟେ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଛି, ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି ।

ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା... ବିଧାନସଭାରେ  କଂଗ୍ରେସ କୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି ।ଗତ ପଂଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Double engine government in Odisha this time | Argus News