Videos
|
Odisha

Vice Chancellor Appointment / ଡ. ଅଜିତ କୁମାର ଶାସନୀ ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି, ୫ ବର୍ଷ ପାଇଁ ନିଯୁକ୍ତି

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ଡ. ଅଜିତ କୁମାର ଶାସନୀ ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି, ୫ ବର୍ଷ ପାଇଁ ନିଯୁକ୍ତି
Vice Chancellor Appointment

Key Points

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂତନ କୁଳପତି
ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି
ରାଷ୍ଟ୍ରପତି ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିଜିଟରଙ୍କ ଅନୁମୋଦନ କ୍ରମେ ହୋଇଛି ନିଯୁକ୍ତି
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବିଶିଷ୍ଟ ବୈଜ୍ଞାନିକ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତି ମିଳିଛି। ବର୍ତ୍ତମାନ ସେ ସିଏସ୍‌ଆଇଆର୍–ନ୍ୟାସନାଲ୍ ବୋଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଲକ୍ଷ୍ନୌର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରିଦର୍ଶକ ଭାବେ ଭାରତର ମାନ୍ୟବର ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ସୂଚନା ଅନୁଯାୟୀ, ଡ. ଶାସନୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ରହିବ ।

ଡ. ଅଜିତ କୁମାର ଶାସନୀ ଉଦ୍ଭିଦ ବିଜ୍ଞାନ ଓ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଜଣେ ପ୍ରଖ୍ୟାତ ବୈଜ୍ଞାନିକ। ଏହାପୂର୍ବରୁ ସେ ଆଇସିଏଆର୍–ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ପ୍ଲାଣ୍ଟ ବାୟୋଟେକ୍ନୋଲୋଜି, ନୂଆଦିଲ୍ଲୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସିଏସ୍‌ଆଇଆର୍–ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନାଲ୍ ଆଣ୍ଡ ଆରୋମାଟିକ୍ ପ୍ଲାଣ୍ଟସ୍, ଲକ୍ଷ୍ନୌର ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ବୈଜ୍ଞାନିକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr Ajit Kumar Shasany Appointed Vice-Chancellor of Central University of Odisha | Argus News