Videos
|
Odisha

OSACS Project Director / ଓସାକ୍ସର ଦାୟିତ୍ୱ ନେଲେ ଡା. ଭବାନୀ ମିଶ୍ର, ୨୦୩୦ ସୁଦ୍ଧା ଏଡସ୍ ନିରାକରଣ ଲକ୍ଷ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·45 mins ago·1 min read
ଓସାକ୍ସର ଦାୟିତ୍ୱ ନେଲେ ଡା. ଭବାନୀ ମିଶ୍ର, ୨୦୩୦ ସୁଦ୍ଧା ଏଡସ୍ ନିରାକରଣ ଲକ୍ଷ୍ୟ
OSACS Project Director

Key Points

ଓସାକ୍ସର ନୂଆ ପ୍ରକଳ୍ପ ନିର୍ଦ୍ଦେଶକ
ଦାୟିତ୍ୱ ନେଲେ ଡା. ଭବାନୀ ମିଶ୍ର
ଏଡସ୍ ନିୟନ୍ତ୍ରଣକୁ ମିଳିବ ନୂଆ ଗତି

ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଡାକ୍ତର ଭବାନୀ ଶଙ୍କର ମିଶ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ଡାକ୍ତର ଭବାନୀ ଶଙ୍କର ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଓସାକ୍ସ ପକ୍ଷରୁ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଓ ଚାଲିଥିବା ଜନସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ତାଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା ।

ଏଚ୍ଆଇଭି/ଏଡସ୍‌ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଡାକ୍ତର ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଥିଲେ ।

୨୦୩୦ ସୁଦ୍ଧା ଏଡସ୍‌ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ସକାରାତ୍ମକ ଚିନ୍ତାଧାରା ନେଇ ଏକାଠି ହୋଇ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡାକ୍ତର ମିଶ୍ର ଆହ୍ୱାନ ଦେଇଥିଲେ। ଏଚ୍ଆଇଭି/ଏଡ୍‌ସ ସଂକ୍ରମଣ ରୋକିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ଡାକ୍ତର ଭବାନୀ ଶଙ୍କର ମିଶ୍ର ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM & PHO) ଭାବେ କାର୍ଯ୍ୟରତ ଥିଲେ । ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ତାଙ୍କ ଅଭିଜ୍ଞତା ରାଜ୍ୟରେ ଏଚ୍ଆଇଭି/ଏଡ୍‌ସ ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି ।




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: