AIIMS Bhubaneswar Charity / ଶତାୟୁ ଡାକ୍ତରଙ୍କ ମହାନତା, ୧୦୦ତମ ଜନ୍ମଦିନରେ ଏମ୍ସକୁ ଦାନ କରିବେ ୩.୪ କୋଟି ଟଙ୍କା
·7 months ago·3 min read

Key Points
ଶତାୟୁ ଡାକ୍ତରଙ୍କ ମହାନତା
ବ୍ରହ୍ମପୁରର ପ୍ରଫେସର କେ. ଲକ୍ଷ୍ମୀବାଈ
୧୦୦ ତମ ଜନ୍ମଦିନରେ ସ୍ବାସ୍ଥ୍ୟସେବା ପାଇଁ ଦାନ କରିବେ ୩.୪ କୋଟି

୫୮ ବା ୬୦ ବର୍ଷକୁ ଅବସର ବୟସ ନିର୍ଦ୍ଧାରଣ କରିଛନ୍ତି ସରକାର । ଏବେ ତ ଅନେକ ଲୋକଙ୍କୁ ତା'ର ଢେର ପୂର୍ବରୁ ବାର୍ଦ୍ଧକ୍ୟ ମାଡ଼ି ଆସୁଛି । କିନ୍ତୁ କିଛି ଏମିତି ଲୋକ ବି ଅଛନ୍ତି ଯେଉଁମାନଙ୍କ ପାଇଁ ବୟସ ଏକ ସଂଖ୍ୟା ମାତ୍ର । ୧୦୦ ବର୍ଷ ବୟସରେ ପହଞ୍ଚିଥିଲେ ବି ସେମାନେ କେବଳ ସୁସ୍ଥ ଭାବେ ବଞ୍ଚୁଛନ୍ତି ତାହା ନୁହେଁ ସମାଜ ପାଇଁ ଗଭୀର ଚିନ୍ତା କରନ୍ତି, ଏମାନେ କାଳର କପାଳରେ ଲେଖନ୍ତି ନୂଆ ଅଧ୍ୟାୟ । ଏମିତି ଜଣେ ଆଦର୍ଶ ହେଉଛନ୍ତି ବ୍ରହ୍ମପୁରର ଡାକ୍ତର ପ୍ରଫେସର କେ. ଲକ୍ଷ୍ମୀବାଈ । ଆଉ ମାତ୍ର ୫ ଦିନ ପରେ ତାଙ୍କୁ ଶହେ ବର୍ଷ ପୂରିବ । ଆଉ ସେହି ଦିନ ସେ ନିଜର ଜୀବନବ୍ୟାପୀ ସଞ୍ଚିତ ପୁଞ୍ଜି ୩ କୋଟି ୪୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ଭୁବନେଶ୍ବର ଏମ୍ସକୁ ଦାନ କରିବେ ।
ଆମେରିକାରୁ ନେଇ ଓଡ଼ିଶା । ଯାହାଙ୍କ ହାତରେ ଆରୋଗ୍ୟଲାଭ କରିଛନ୍ତି ଅଗଣିତ ଲୋକ । ଡାକ୍ତରୀ ପେସାକୁ ଯିଏ କରିଥିଲେ ଜୀବନର ବ୍ରତ । ସେହି ମହୀୟସୀ ମହିଳାଙ୍କୁ ଆଉ ମାତ୍ର ୫ ଦିନ ପରେ ପୂରିବ ୧୦୦ ବର୍ଷ । ଯେଉଁ ବୟସରେ ମାଡ଼ି ବସେ ବାର୍ଦ୍ଧକ୍ୟ ଯନ୍ତ୍ରଣା, ନିଜ ସ୍ବାସ୍ଥ୍ୟ ଚିନ୍ତାରେ ମନ ହୋଇଯାଏ ଅବସାଦଗ୍ରସ୍ତ, ସେହି ବୟସରେ ତାଙ୍କ ମନରେ ସମାଜ ଚିନ୍ତା । ଶହେତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ଜୀବନବ୍ୟାପୀ ସଞ୍ଚିତ ପୁଞ୍ଜିକୁ ସମାଜ ଉଦ୍ଦେଶ୍ୟରେ କରିବେ ଉତ୍ସର୍ଗ । ଭୁବନେଶ୍ବର ଏମ୍ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦେବେ ଡାକ୍ତର କେ. ଲକ୍ଷ୍ମୀ ବାଈ । ଏହି ଟଙ୍କାରେ ମହିଳା କର୍କଟ ରୋଗର ଚିକିତ୍ସା ହେବ । ଯେଉଁ ପେସାକୁ କରିଥିଲେ ଜୀବନର ନିଶା, ସେହି ସ୍ୱାସ୍ଥ୍ୟ ସେବାର ବିକାଶରେ ବିନିଯୋଗ ହେବ ଲକ୍ଷ୍ମୀବାଈଙ୍କ ଜୀବନ ବ୍ୟାପୀ ସାଧନାର ଅର୍ଥ । ଏଥିପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲ ସହ ସରିଛି ଆଲୋଚନା, କାଗଜପତ୍ର ବି ପ୍ରସ୍ତୁତ ।
୧୯୨୬ ଡିସେମ୍ବର ୫ରେ ଡାକ୍ତର ଲକ୍ଷ୍ମୀବାଈଙ୍କର ଜନ୍ମ । ସେ କଟକ SCB ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଛାତ୍ରୀ । ୧୯୪୫ରୁ ୧୯୫୦ ଯାଏଁ MBBS ପଢ଼ା ସରିବା ପରେ, ୧୯୫୦ରୁ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ । ୧୯୮୬ରେ MKCG ମେଡିକାଲରେ ନେଇଥିଲେ ଅବସର । ସ୍ୱାସ୍ଥ୍ୟସେବା ପ୍ରତି ଅବଦାନ ଓ ଉଲ୍ଲେଖନୀୟ କାମ ପାଇଁ ଭାରତଜ୍ୟୋତି ଆଓ୍ବାର୍ଡ, ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଓ ବେଷ୍ଟ ସିଟିଜେନ ଅଫ ଇଣ୍ଡିଆ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଡାକ୍ତର ଲଷ୍ମୀବାଈ । ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି । ଡିସେମ୍ବର ୫ତାରିଖରେ ସେ ଶତବାର୍ଷିବ ପାଳନରେ ନିଜ ଦାନ ସମ୍ପର୍କରେ ଘୋଷଣା କରିବେ । ତାଙ୍କର ଛାତ୍ରୀ ତଥା ରାଜ୍ୟର ଜଣାଶୁଣା ଡାକ୍ତର ପ୍ରଫେସର ପି. ଭାରତୀ ଓ ଭାରତୀ ମିଶ୍ର ତଦାରଖ କରୁଛନ୍ତି ।
ଡାକ୍ତର ଲକ୍ଷ୍ମୀବାଈଙ୍କ ଭଳି ଦାନ କରି ଚର୍ଚ୍ଚାକୁ ଆସିଥିଲେ ଆଉ ଜଣେ ଡାକ୍ତର । ସମ୍ବଲପୁରର ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା । ବୟସ ୮୭ ବର୍ଷ । ୨୦୨୪ ମସିହାରେ ସେ ରହୁଥିବା ବାସଗୃହକୁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ନାଁରେ ଦାନସୂତ୍ରରେ ପ୍ରଦାନ କରିଥିଲେ । ନିଜେ ପାଠ ପଢିଥିବା ଜିଏମ୍ ବିଶ୍ଵବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ବହୁବାର ସେ ଦାନ କରି ସାରିଛନ୍ତି । ଏତିକି ନୁହେଁ ଏତେ ବୟସରେ ସେ ନିରନ୍ତର ଜାରି ରଖିଛନ୍ତି ସେବାକାର୍ଯ୍ୟ । କେବଳ ସେତିକି ନୁହେଁ ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ସମେତ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କମିଟି ଓ ରୋଟାରୀ କ୍ଲବ୍ ସଦସ୍ୟା ଭାବେ ସେ ପ୍ରତ୍ୟକ୍ଷ କାମ କରୁଛନ୍ତି । ମାନବ ସେବାକୁ ମାଧବ ସେବା ମଣୁଥିବା, ୮୬ ବର୍ଷ ବୟସରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ଏହି ମହିୟସୀ ମହିଳାଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories