Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତର ନାରାୟଣୀ ପଣ୍ଡା ପୁଣିଥରେ ଦାନ ପାଇଁ ଚର୍ଚ୍ଚାରେ

Odisha

ଡାକ୍ତର ନାରାୟଣୀ ପଣ୍ଡା ପୁଣିଥରେ ଦାନ ପାଇଁ ଚର୍ଚ୍ଚାରେ

Manini Pattanayak
Browse all articles by Manini Pattanayak
·2 years ago·2 min read
ଡାକ୍ତର ନାରାୟଣୀ ପଣ୍ଡା ପୁଣିଥରେ ଦାନ ପାଇଁ ଚର୍ଚ୍ଚାରେ

ସମ୍ବଲପୁର: ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ଡାକ୍ତର ନାରାୟଣୀ ପଣ୍ଡା ଏବେ ପୁଣିଥରେ ତାଙ୍କର ଦାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପୁର୍ବରୁ ନିଜେ ପାଠ ପଢିଥିବା ଜିଏମ ବିଶ୍ଵବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ବହୁବାର ସେ ଦାନ କରି ସାରିଛନ୍ତି। ଏବେ ସେ ରହୁଥିବା ବାସଗୃହକୁ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ନାମରେ  ଦାନସୂତ୍ରରେ ପ୍ରଦାନ କରିଛନ୍ତି । ମାନବ ସମାଜର ସେବା ପାଇଁ ଉତ୍ସର୍ଗୀକୃତ ତାଙ୍କ ଜୀବନ। ଆଉ ତାଙ୍କ ଜୀବନ ହିଁ ପାଲଟିଛି ଉତ୍ସର୍ଗ ଓ ତ୍ୟାଗର ଅନ୍ୟନାମ। ବୟସର ସାୟାହ୍ନରେ ବି ସମାଜ ସେ ସେବାରେ ବ୍ରତୀ। ସମାଜର କଲ୍ୟାଣ ପାଇଁ ଦାନ କରିଚାଲିଛନ୍ତି ନିଜର ସବୁକିଛି। ଶ୍ରମ, ଅର୍ଥ ଆଉ ଏବେ ବାସସ୍ଥାନ। ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସମ୍ବଲପୁର ସହରର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡା। 

ଏବେ ପୁଣି ଥରେ ସେ ଦାନ ପାଇଁ ଚର୍ଚ୍ଚାରେ । ନିଜେ ପଢିଥିବା ଜିଏମ୍ ବିଶ୍ଵବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନକୁ ସେ ତ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଆସିଛନ୍ତି। ଏବେ ନିଜେ ରହୁଥିବା ବାସଗୃହକୁ ବି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ନାଁରେ  ଦାନସୂତ୍ରରେ ପ୍ରଦାନ କରିଛନ୍ତି । ଡାକ୍ତର ନାରାୟଣୀ ପଣ୍ଡାଙ୍କ ଏ ଘରର ଉପର ମହଲାକୁ ଛାତ୍ରୀନିବାସ ଭାବରେ ବ୍ୟବହାର କରାଯିବ। ଏବଂ ତାଙ୍କ ଅନ୍ତେ ପୁରା ଘରକୁ ଛାତ୍ରୀମାନେ ବ୍ୟବହାର କରିବେ ବୋଲି ସେ ଦେଇଛନ୍ତି ସମ୍ମତି ।  ମାନବ ସେବା ହିଁ ମାଧବ ସେବା। ଏହାକୁ ହିଁ ଜୀବନର ବ୍ରତ କରିଛନ୍ତି, ତାକୁ ଆଜୀବନ ପାଳନ କରିଚାଲିଛନ୍ତି। ଡାକ୍ତର ଭାବେ ତ ଲୋକଙ୍କର ସେବା କଲେ, ବାକି ସ୍ବଉପାର୍ଜିତ ଧନ, ସମ୍ପତ୍ତିକୁ ବି ସେ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରୁଛନ୍ତି। ବୟସ 86 ହେଲାଣି। ଏହି ବୟସରେ ସେ ନିରନ୍ତର ଜାରି ରଖିଛନ୍ତି ସେବାକାର୍ଯ୍ୟ। କେବଳ ସେତିକି ନୁହେଁ ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ସମେତ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କମିଟି ଓ ରୋଟାରୀ କ୍ଲବ୍ ସଦସ୍ୟା ଭାବେ ସେ ପ୍ରତ୍ୟକ୍ଷ କାମ କରୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Dr. Narayani Panda is again in limelight for charity | Argus News