Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରେନ୍‌ରେ ଜମି ରହିଛି ଅଳିଆ, ଆବର୍ଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡ୍ରେନ୍‌ରେ ଜମି ରହିଛି ଅଳିଆ, ଆବର୍ଜନା

ଅର୍ଗସ ବ୍ୟୁରୋ:  ଅନୁଗୋଳ ସହରର ପୌରପାଳିକା ଅଧିନରେ 27ଟି ୱାର୍ଡରେ ଜଳ ନିଷ୍କାସନ ପାଇଁ ରହିଛି ଅନେକ୍ ଡ୍ରେନ୍ I ଆଉ ଯେଉଁ ସ୍ଥାନରେ ମୁଖ୍ୟ ଜଳ ନିଷ୍କାସନ ହେବ ସେଠାରେ ମଧ୍ୟ ବଡ଼ ବଡ଼ ଡ୍ରେନ୍ ରହିଛି I ହେଲେ ଏହି ଡ୍ରେନ୍ ସବୁ ଏବେ ଅଳିଆ ଆଉ ଆବର୍ଜନାରେ ଭର୍ତ୍ତି I ଆଉ ଅନେକ ସ୍ଥାନରେ ଥିବା ଡ୍ରେନ୍ ଉପରେ ସ୍ଲାବ୍ ନାହିଁ । ଫଳରେ ଡ୍ରେନ୍ ଗୁଡ଼ିକ ମୁକୁଳା ହୋଇ ପଡ଼ିଛି I ସହରର ଅନେକ ସ୍ଥାନରେ ମୁକୁଳା ଡ୍ରେନ୍ ଗୁଡିକ ଜନବସତି ମଧ୍ୟରେ ରହିଥିବା ବେଳେ, ବର୍ଷା ସମୟରେ ଏଠି ଜଳ ନିଷ୍କାସନ ହୁଏ । କିନ୍ତୁ ମୁକୁଳା ଡ୍ରେନ୍ ଥିବାବେଳେ କେତେବେଳେ ଯେ, ଅଘଟଣ ଘଟିବ ତାକୁ ଏଡାଇ ଯାଇପାରେନା  I ହେଲେ ଏସବୁ ଦିଗରେ ଅନୁଗୋଳ ପୌରପାଳିକାର ନିଘା ନାହିଁ ।

ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ସେଭଳି କିଛି ଠୋସ଼୍ ପଦକ୍ଷେପ ପୌରପାଳିକା ନେଉନଥିବା ଲୋକେ ଅଭିଯୋଗ କରିଆସୁଛନ୍ତି I ବିଗତ ଦିନ ମାନଙ୍କରେ ବର୍ଷା ହେଲେ ସହରର ବ୍ରାହ୍ମଣୀଦେଇପଡ଼ା, ବଣିଆ ବାହାଲ, ରାଜକିଶୋରପଡ଼ା, ମଦନମୋହନପଡ଼ା ଆଦି ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶୁଛି । ଖୋଦ୍ ପୌରପାଳିକାର କାଉନସିଲର  ମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ ସୁଦ୍ଧା ଏହାର ସମାଧାନ ବାଟ ବାହାରିପାରୁନି । ଆଗକୁ ଲଘୁଚାପ ଜନିତ ବଡ଼ ବର୍ଷା ଆସୁଛି । ଏବେଠୁ ଯଦି ସ୍ଥିତିରେ ସୁଧାର ନ ଆସେ ସ୍ଥିତି ଆହୁରି ବିଗିଡ଼ିବ ବୋଲି ଆଶଙ୍କା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drains are filled with garbage | Argus News