ବିଶୁଦ୍ଧ ପାଣି ଏଠି ସାତସପନ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାର ସବୁଅଞ୍ଚଳରେ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ଘୋଷଣା ପରେ ଘୋଷଣା କରୁଥିବା ବେଳେ ଫୁଲଝର ପଞ୍ଚାୟତ ରୁଗୁଡୀ ସାହିର ଅବସ୍ଥା ଦେଖିଲେ ଲାଗୁଛି ଯେ ଏହି ଯୋଜନା ସବୁ ଯେପରି କାଗଜ କଲମ ଓ ପୋଷ୍ଟର ବ୍ୟାନରରେ ସୀମିତ। ଗାଁରେ କଳ କାରଖାନା ଥାଇ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଏହି ରୁଗୁଡି ସାହି।
ଇଏ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ରୁଗୁଡିସାହି । ଗାଁକୁ କଳକାରଖାନା ଆସିଲେ ଭାଗ୍ୟ ବଦଳିଯିବ । ଭଲ ରୋଜଗାର ସାଙ୍ଗକୁ ଭଲ ରାସ୍ତାଟିଏ ଓ ପିଇବା ପାଣି ମୁନ୍ଦାଏ ମିଳିବା ଆଶା ନେଇ ପ୍ରଶାଶନ ଭରଷାରେ ଶାଗ ମାଛ ଦରରେ ଦେଇ ଦେଲେ ଜମି। କାରଖାନା ହେବାର ଦିର୍ଘ ବର୍ଷ ବିତିଯାଇଥିଲେ ସୁଧା ପିଇବା ପାଣି ଭଳି ମୌଳିକ ସୁବିଧା ରୁ ବଞ୍ଚିତ ଗ୍ରାମବାସୀ ।
କେନ୍ଦୁଝର ଜିଲାର ସବୁଠାରୁ ଉପେକ୍ଷିତ ଓ ଅବହେଳିତ ବ୍ଲକ ହେଉଛି ବଂଶପାଳ ବ୍ଲକ୍ । ବିଭିନ୍ନ ସମୟରେ ଏଠାକାର ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଆନ୍ତି। ଏଣୁ ଯେତେବେଳେ ଏହି ବ୍ଲକର ଫୁଲଝର ପଞ୍ଚୟତ ରେ ଏକ କମ୍ପାନୀ କାରଖାନା ସ୍ଥାପନ କରିବାକୁ ଆସିଲା ପ୍ରଶାସନ ଭରଷାରେ ନିଜର ଭାଗ୍ୟ ବଦଳିବ ଆଶା କରି ସ୍ଥାନୀୟ ଗ୍ରାମବାସୀ ଶାଗ ମାଛ ଦରରେ ଜମୀ ଟେକି ଦେଲେ କମ୍ପାନୀ ହାତକୁ । ଆଶା ଥିଲା ରୋଜଗାର ମିଳିବ , ଗାଁକୁ ଭଲ ରାସ୍ତା ଖଣ୍ଡିଏ ହେବ ଓ ଗ୍ରାମବାସୀ ବିଶୁଦ୍ଧ ପାଣି ମୁନ୍ଦାଏ ପିଇବାକୁ ପାଇବେ। ହେଲେ କାରଖାନା ସ୍ଥାପନର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ବପ୍ନ ସ୍ଵପ୍ନରେ ରହିଗଲା। ପାଣି ମୁନ୍ଦେ ପାଇଁ ଗ୍ରାମବାସୀ ହେଉଛିନ୍ତି ଡହଳ ବିକଳ। କାରଖାନା ପାଖରେ ଥିବା ରୁଗୁଡି ସାହିର ଲୋକମାନେ ଆଜି ବି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହୋଇ ଜୀବନକୁ ବାଜୀ ଲଗାଇ ଜଙ୍ଗଲ ଭିତରେ ଥିବା ଚୁଆରୁ ପାଣି ଆଣି ପିଉଛନ୍ତି। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନା ଶୁଣୁଛନ୍ତି କାରଖାନା କର୍ତ୍ତୃପକ୍ଷ ନା ଶୁଣୁଛନ୍ତି ପ୍ରଶାସନ। ଲାଗୁଛି ସରକାରଙ୍କ ବସୁଧା ଯୋଜନା ଏମାନଙ୍କ ପାଇଁ ସାତ ସପନ। ଏଠାରେ ସରକାରଙ୍କ ଯୋଜନା ଫେଲ ମାରିଛି।
📱 Get Argus News App
✨ଏହି ରୁଗୁଡି ସାହିରେ ୪୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଗାଁରେ ଯଦିଓ ୩ଟା ନଳକୂପ ଅଛି ଦୀର୍ଘ ବର୍ଷ ଧରି ଅଚଳ ହୋଇପଡିଛି ।ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୁନ। ତେଣୁ ବାଧ୍ୟ ହୋଇ ଲୋକମାନେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର