Videos
|
Odisha

ପାନୀୟ ଜଳ ଦେଉଛି କଷ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାନୀୟ ଜଳ ଦେଉଛି କଷ୍ଟ

ଅର୍ଗସ ବ୍ୟୁରୋ:  ଝାରସୁଗୁଡ଼ା ଲଇକେରା ବ୍ଲକ ତପଗୁଞ୍ଜା, ଖାଯୁରିଆପଡ଼ା ଗାଁର ଦୃଶ୍ୟ । ଏଠି ବର୍ଷା ଦିନରେ ଵି ଲୋକଙ୍କୁ ଘାରିଛି ପାଣି ଚିନ୍ତା। ପାଣି ପାଇଁ ଗାଁରେ ଥିବା ଏକମାତ୍ର ସରକାରୀ ନଳକୂପ ସାହା ଭରସା ହୋଇଥିଵା ଵେଳେ ତାହା ଵି ଦୁଇ ମାସ ହେଲା ଅଚଳ ହୋଇ ପଡିରହିଛି। ଫଳରେ ପାଣି ପାଇଁ ଲୋକେ ଦହଗଞ୍ଜ ହେଉଥିବା ଅଭିଯୋଗ ହୋଇଛି।

ଖାଯୁରିଆପଡ଼ା ଗାଁରେ ଶୁଦ୍ଧପାନୀୟ ଜଳର ପାଇଁ ଅନ୍ୟ କୌଣସି ଵ୍ୟଵସ୍ଥା ନଥିବା ଵେଳେ ପାଣି ପାଇଁ ପ୍ରତ୍ୟେକ ଦିନ କୋଷ କୋଷ ଦୂର ଯିଵାକୁ ପଡୁଛି ।   ସେଥିରେବି ପାଇଁ ପାଇଁ ହାଣ୍ଡି ଡେକଚି ଧରି ଘଣ୍ଟାଘଣ୍ଟା ଲାଇନରେ ଅପେକ୍ଷା କରିବାକୁ ପଡୁଛି।  ଗାଁରେ ପାଣି ସମାସ୍ୟ ନେଇ ପଞ୍ଚାୟତ ଅଫିସ ଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବି ଅଭିଯୋଗ ହୋଇଥିଲେ ଶୁଦ୍ଧା କୈଣସି ସୁଫଳ ମିଳି ନଥିବା ଅଭିଯୋ ହୋଇଛି।

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଏ ହେଉଛି ଜଳ ଯୋଗାଣ ର ବିକଳ ଚିତ୍ର।  ପୂର୍ବ ସରକାରଙ୍କ ବସୁଧା ଭଳି ଯୋଜନା ଏଠାରେ ଅପହଞ୍ଚ। ପାଣି ପାଇଁ ପ୍ରତିଦିନ ଦହଗଞ୍ଚ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଏଠି ପ୍ରଶ୍ନ ଉଠୁଛି ପାଣି ଭଳି ନିତ୍ୟାବସ୍ୟକିୟ ସେବା ର ଲାଭ କେବେ ପାଇଁବେ ଖାଯୁରିଆପଡ଼ାବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Drinking water is difficult | Argus News