Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗମରେ ପାନୀୟ ଜଳ ପ୍ରହସନ

Odisha

ଦୁର୍ଗମରେ ପାନୀୟ ଜଳ ପ୍ରହସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁର୍ଗମରେ ପାନୀୟ ଜଳ ପ୍ରହସନ

ଅର୍ଗସ ବ୍ୟୁରୋ:  ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ଆଜିବି ଟୋପେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ । ଜୀବନକୁ ବାଜିରେ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଭଇଁସମୁଣ୍ଡିବାସୀ। ସରତୀର ଧରି ଯାୁଛନ୍ତି ପାଣି ସଂଗ୍ରହ ପାଇଁ । ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଘର ଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା ରହିଥିବା ବେଳେ ବାସ୍ତବରେ ତାହା କେତେଦୂର ଲୋକଙ୍କ ପାଖରେ ପହଁଚି ପାରୁଛି ଏହି ଦୃଶ୍ୟକୁ ଦେଖିଲେ ଅନୁମାନ କରାଯାଇପାରିବ। ଏ ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁସାଦାନୀ ପଞ୍ଚାୟତ ସୀମାନ୍ତ ଦୁର୍ଗମ ଭଇଁସମୁଣ୍ଡି  ଗାଁ l ଚାରି ଆଡେ ଘଞ୍ଚ ଜଙ୍ଗଲ ପର୍ବତ। ଏହାରି ଭିତରେ ବହୁ ବର୍ଷ ଧରି ବାସବାସ କରି ଆସୁଛନ୍ତି  ପହରିଆ ସମ୍ପ୍ରଦାୟ ଲୋକ l ତେବେ ଦୁଃଖର ବିସୟ ପାନୀୟ ଜଳ ପାଇଁ ଏଠାରେ କୌଣସି ପ୍ରକାର ସୁବିଧା ନାହିଁ l ଫଳରେ ବର୍ଷ ତମାମ ଜଙ୍ଗଲ ମଧ୍ୟରେ ଥିବା ନାଳ ପାଣି ଭରସାରେ ଦିନ କାଟନ୍ତି ଅଞ୍ଚଳବାସୀ  l

ରାତି ପାହିଲେ ଗାଁର ମହିଳା ମାନେ ଏକଜୁଟ ହୋଇ ନାଳକୁ ଯାଇଥାନ୍ତି l ନାଳରୁ ବିପଦପୁର୍ଣ ଭାବେ ପାଣି କୁ ସଂଗ୍ରହ କରି ଘରକୁ ଆଣନ୍ତି  ଭଇଁସମୁଣ୍ଡିବାସୀ। ଏହି ନାଳ ଯିବା ବାଟରେ ରହିଛି ବନ୍ୟଜନ୍ତୁଙ୍କ ଡର l ତେଣୁ ମହିଳା ମାନଙ୍କ ସାଙ୍ଗରେ ଗାଁର କେହି ପୁରୁଷ ସର ତୀର ନେଇ ଜଗିବାକୁ ଯାଆନ୍ତି l ଗାଁରେ ବର୍ଷ ବର୍ଷ ଧରି ପାନୀୟ ଜଳ ସୁବିଧା ଥିବା ବେଳେ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନି ଫଳରେ ଜଳଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ। ପାନୀୟ ଜଳ ସୁବିଧା ନାଁରେ 25 ବର୍ଷ ଠକିଲେ ପୂର୍ବ ସରକାର l ମାତ୍ର ଏଠି ନା ଅଛି ବସୁଧା ନା ଅଛି ନଳକୂଅ, ନାଳ ପାଣିକୁ କପଡାରେ ଛାଣି ପିଉଛନ୍ତି ଦୁର୍ଗମବାସୀ l ତେବେ ପ୍ରଶ୍ନ ଉଠୁଛି ଏମିତି ଆଉ କେତେ ଦିନ.. କେତେଦିନ ଜୀବନକୁ ପାଣି ଛଡାଇ ପାଣି ଆଣିବେ  ଭଇଁସମୁଣ୍ଡିବାସୀ। କାହିଁକି ପହରିଆ ସମ୍ପ୍ରଦାୟଙ୍କୁ ଅଣଦେଖା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drinking water problem in Durgam | Argus News