|
logo
Live

Argus News - 25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା, ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ

Odisha

25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା, ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ

Smruti Parija
Browse all articles by Smruti Parija
·1 year ago·2 min read
25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା, ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ

Key Points

  • 25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା
  • ଓଡିଆ ଜନତାଙ୍କ କୋପ ଦୃଷ୍ଟିରେ ବିଜେଡି ନେତା
  • ବିଜେଡି ଉପରେ  ଖଡଗହସ୍ତ ମହିଳା
  • ପ୍ରସନ୍ନ ହୁଅନ୍ତୁ କି ପୂର୍ଣ୍ଣ କିମ୍ବା ବଦ୍ରି
  •  ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ

ଅର୍ଗସ ବ୍ୟୁରୋ: ପାଣି ହେବ କି 24 ମହାଲଢେଇରେ ବିଜେଡିକୁ କାଳ ।  ମିଶନ ଶକ୍ତି ନାଁ ରେ ମହିଳା ଏକତ୍ରିକରଣ ଫସର ଫାଟିବ କି ହାଣ୍ଡି ମାଠିଆ ଧର ମହିଳାଙ୍କ ଦ୍ବାରା ପାଣି ପାଇଁ ବଡ ବିଜେଡି ନେତା ହଟହଟା । ନିଜ ଦଳର କର୍ମୀଙ୍କ ପ୍ରଶ୍ନରେ ଘାଇଲା ପ୍ରସନ୍ନ । 

ରେଢାଖୋଲରୁ ନିର୍ବାଚନ ଲଢୁଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ନାକଟି ଦେଉଳିରେ ଭୋଟ ମାଗିବାକୁ ଗଲା ବେଳେ ନିଜ ଦଳର କର୍ମୀ ପ୍ରସନ୍ନଙ୍କୁ ପଚାରିଥିଲେ ପାଣି ପ୍ରଶ୍ନ । ପାଣି  ସମସ୍ୟା ଦୁର ହେଲେ ଭୋଟ ଦେବେ ବୋଲି କହୁଛନ୍ତି ଯୁବକ ।  

କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ବଦ୍ରିପାତ୍ରଙ୍କୁ  ପାଣି ପାଇଁ ଘେରିଥିଲେ ମହିଳା । ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁର ମହିଳାଙ୍କ ପାଣି ପ୍ରଶ୍ନରେ ଘାଇଲା ହୋଇଥିଲେ ବଦ୍ରି । କୁଶେଇ ନ ଦୀରେ ଚୁଆ କରି ପାଣି  ଆଣି ପିଉଛନ୍ତି ମହିଳା । 

 ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ପାଣି ପାଇଁ ହାହାକାର । ଗଞ୍ଜାମ ସୋରଡ଼ାରେ ଘର ଆଗରେ ଖାଲି ହାଣ୍ଡି, ମାଠିଆ, ବାଲଟି ରଖି ନେତାଙ୍କୁ ବିରୋଧ କରୁଛନ୍ତି ଜନତା । ହଟହଟା ହୋଇଥିଲେ ପ୍ରଚାର କରିବାକୁ ଯାଇଥିବା ବିଜେଡି  ବିଧାୟକ  ପୂର୍ଣ ସ୍ବାଇଁ । ଏଥର ପୂର୍ଣ୍ଣଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ବଡ଼ଖଣ୍ଡି ପଂଚାୟତର ଦୃଶ୍ୟ। ଯେଉଁଠି ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା । 

ଇଏ ସାରା ରାଜ୍ୟର ସ୍ଥିତି । ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ । ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ।  ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି । 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
25 ବର୍ଷର ଅପାରଗତାରୁ ପାଣି ଦୁର୍ଦ୍ଦଶା, ହାଣ୍ଡି ମାଠିଆ ଧରି ଘେରୁଛନ୍ତି ଲୋକେ | Argus News