Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ୨୪ ବର୍ଷ ପରେ ବି ସୁଧୁରୁନି ପାନୀୟ ଜଳ ସମସ୍ୟା

Odisha

ଦୀର୍ଘ ୨୪ ବର୍ଷ ପରେ ବି ସୁଧୁରୁନି ପାନୀୟ ଜଳ ସମସ୍ୟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୀର୍ଘ ୨୪ ବର୍ଷ ପରେ ବି ସୁଧୁରୁନି ପାନୀୟ ଜଳ ସମସ୍ୟା

ଅର୍ଗସ ବ୍ୟୁରୋ:  ପାଣି ପାଇଁ ହାହାକାର, ପାନୀୟ ଜଳ ପାଇଁ ଡହଳବିକଳ। ଚୂଆ ପାଣି ଏକମାତ୍ର ଭରସା। ରାଜ୍ୟ ସରକାରଙ୍କ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍" ଯୋଜନା ଏଠି ଦିବାସ୍ଵପ୍ନ। ବାଙ୍ଗିରିପୋଷି ବଡ଼ଗାଁ ପଞ୍ଚାୟତର ୪ ନଂ ୱର୍ଡ ର। ପାଣି ପାଇଁ ଏଠି ବିଲ, ଜଙ୍ଗଲ ରାସ୍ତା ଦେଇ ମାଇଲମାଇଲ ଚାଲିବା ପରେ ପଡେ ଏହି ଚୂଆ । ଗାଁଠୁ ଦୁରରେ ବହିଯାଇଥିବା ଏହି ଖାଲରୁ ପାଣି ଆଣୁଛନ୍ତି ଗ୍ରାମବାସୀ। ହାତରେ ଗଗାରା, ବାଲ୍ଟି ନେଇ ଖାଲରେ ବାଲି ଚୂଆ କରି ପାଣି ଆଣୁଛନ୍ତି। ବାଙ୍ଗିରିପୋଷି ବ୍ଲକ ବଡଗାଁ ପଞ୍ଚାୟତର ୬୦ ପରିବାର ଜଳ କଷ୍ଟରେ ରହୁଛନ୍ତି। ପାଣି ପାଇଁ ଗାଁରେ ଗୋଟାଏ ଟ୍ୟୁବ୍ୱେଲ୍ ଅଛି ମାତ୍ର ସେ ଅକାମୀ। ବେଳେ ବେଳେ ପାଣି ବାହାରିଲେ ବାହୁରୁଛି ନାଲି ପାଣି ଯାହା ବ୍ୟବହାର ଉପଯୋଗୀ ନୁହେଁ। ଏପଟେ ଖରା ଦିନ ଆସିବା ପରେ କୂଅ ଶୁଖିଯାଇଛି।

ବାଙ୍ଗିରିପୋଷି ବ୍ଲକ, ବଡଗାଁ ପଞ୍ଚାୟତର ଜଳ ସମସ୍ୟା ସବୁଠାରୁ ବଡ଼ ସମସ୍ୟା। ଏ ନେଇ ଗାଁ ପରିଚାଳନା କମିଟି ପକ୍ଷରୁ ଗାଁ ସରପଞ୍ଚ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ହୋଇନାହିଁ ସମାଧାନ। କାଗଜ କଲମରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଏଠି ପ୍ରଚାରରେ ସିମିତ "ବସୁଧା" ଓ "ଡ୍ରିଙ୍କ ଫ୍ରମ ଟେପ୍"। ଏବେବି ଚୂଆ ପାଣି ଭରସାରେ ରାଜ୍ୟର ବହୁ ଦୁର୍ଗମଅଞ୍ଚଳ। ଏଠି ପ୍ରଶ୍ନ ଉଠୁଛି ଏମିତି ଆଉ କେତେ ଦିନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drinking water problem not improved after 24 years | Argus News