Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା

Odisha

ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା

ଅର୍ଗସ ବ୍ୟୁରୋ:  ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା। ବର୍ଷ ବର୍ଷ ଧରି ସରୁନି ପାନୀୟଜଳ ପ୍ରକଳ୍ପ । ପାଣି ପାଇଁ ହଇରାଣ ହେଉଛନ୍ତି ଦୁର୍ଗମବାସୀ। ଏ ହେଉଛି କୋରାପୁଟ ମୁରାନ ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ । କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରକରିବା ପାଇଁ ୨୦୧୮ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ମୁମ୍ବାଇର ଜେଏମସି ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀକୁ ନିର୍ମାଣ ଦାଇତ୍ତ୍ବ ମିଳିଥିଲା। ୩୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା କାମ ୨୦୨୦ ଅଗଷ୍ଟ ରେ ସରିବା କଥା ମାତ୍ର ଆଜି ଯାଏଁ ସରିନି ନିର୍ମାଣ କାମ।

ଏ ଭିତରେ ୬ ବର୍ଷ ବିତିଲାଣି ହେଲେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ କଣ ୫୦ପ୍ରତିଶତ ମଧ୍ୟ ଆଗେଇନି। ଏପଟେ ଅଧା ନିର୍ମିତ ପ୍ରକଳ୍ପ ଦେଖି ଲୋକଙ୍କ ପାଣି ଆଶା ଏବେ ମୌଳିଯାଉଛି। ପାଣି ରପାମୁନ୍ଦାଏ ପାଇଁ ପୂର୍ବ ପରି ଡହଳ ବିକଳ ହେଉଛନ୍ତି ଲୋକ। ପ୍ରକଳ୍ପ ନିର୍ମାଣରେ ମନ୍ଥରତା ପାଇଁ ବିଜେଡି ସରକାର କୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ପାଣି ପାଇଁ ବୋରିଗୁମ୍ମା ବ୍ଲକର ୨୮ ଟି ପଞ୍ଚାୟତ, କୋଟପାଡ଼ ବ୍ଲକ ର ୧୬ଟି ଏବଂ ଜୟପୁର ବ୍ଲକର ୭ଟି ପାଞ୍ଚୟତ। ମୋଟ ୫୧ଟି ପଞ୍ଚାୟତ ର ଦେଢଲକ୍ଷ ରୁ ଉର୍ଦ୍ଧ ଲୋକ ଙ୍କ ଖରା ଦିନେ  ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପାନୀୟ ଜଳର ବିକଳ୍ପ ବ୍ୟବସ୍ତା ନଥିବାରୁ କିଏ ନଦୀରୁ ପାଣି ଅଣୁଛନ୍ତି ତ ଆଉ କିଏ ଚୁଆଁ ରୁ ପାଣି ଆଣୁଛି । ଦୂଷିତ ପାଣି ପିଇ ଅନେକ ସମୟରେ ରୋଗରେ ଆକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ।

୨୫ ବର୍ଷର ସରକାରଙ୍କ ଅପାରଗତା କାରଣରୁ ୬ବର୍ଷ ତଳୁ ଆରମ୍ଭ ହୋଇଥିବା ମୁରାନ ମେଗା ଜଳ ପ୍ରକଳ୍ପ  ନିର୍ମାଣ ଶେଷ ହୋଇପାରିଲାନି। ପ୍ରକଳ୍ପ ନାଁରେ ଅର୍ଥ ମଞ୍ଜୁର ହୋଇଛି ହେଲେ ଆଗେଇ ପାରୁନି କାମ। ଏପଟେ ପାଣି ପାଇଁ ହନ୍ତସନତ୍ ହେଉଛନ୍ତି ଅଞ୍ଚଳବାସୀ॥

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Drinking water project failed in the rural area | Argus News