ବିନା ମଣିଷ ହସ୍ତକ୍ଷେପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସନ୍ସ ପ୍ରଦାନରେ ଅନିୟମିତତା ରୋକିବାକୁ ନୂଆ ଯୋଜନା। ବିନା ମଣିଷ ହସ୍ତକ୍ଷେପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। AI ନଜରରେ ରହିବ ଡ୍ରାଇଭିଂ ଟେଷ୍ଟିଂ। ରାଜ୍ୟର 6ଟି ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେଲା ନୂଆ ବ୍ୟବସ୍ଥା। ଜାତୀୟ ରାଜପଥ କଡ଼ରେ 23ଟି ସ୍ଥାନରେ ହେବ ଟ୍ରକ୍ ଟର୍ମିନାଲ୍। ଅଟୋମେଟିକ.. କମ୍ପୁଟର ବେସିସ.. ବିନା ମାନବ ହସ୍ତକ୍ଷେପରେ ଏଣିକି ମିଳିବ ଡ୍ରାଇଭିଂ ଲାଇସନ୍ସ। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହେଉଥିବାରୁ ଏଭଳି ପଦ୍ଧତି ଆପଣାଇଛି ପରିବହନ ବିଭାଗ । ରାଜ୍ୟରେ ଆରମ୍ଭ ହେଲା ।
ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଭଳି ୬ଟି ସ୍ଥାନରେ ଆଜି ଠୁ ଆରମ୍ଭ ହୋଇଛି ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ । ଏହି ବ୍ୟବସ୍ଥା ରେ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ଟ୍ରାକ ର ବିଭିନ୍ନ ସ୍ଥାନ ରେ କ୍ୟାମେରା ରହିବ.. ସମ୍ପୂର୍ଣ୍ଣ ଟେଷ୍ଟିଙ୍ଗ କମ୍ୟୁଟର ଆଧାରିତ ହେବା ସହ ଏ ଆଇ ଏହାର ତଦାରଖ କରିବ। ଆଗାମୀ ଦିନରେ ୩୮ଟି ଯାକ RTO ଅଫିସରେ ଏହି ବ୍ୟବସ୍ଥା କରିବାକୁ ଯୋଜନା କରିଛି ପରିବହନ ବିଭାଗ।
ସେପଟେ ରାସ୍ତା କଡ଼ ରେ ଟ୍ରକ ପାର୍କିଂ ଯୋଗୁଁ ବଢୁଥିବା ଦୁର୍ଘଟଣା ପରିବହନ ବିଭାଗ ର ଚିନ୍ତା ବଢ଼ାଇଛି..ଏଥିପାଇଁ ରାଜ୍ୟର ୨୩ଟି ସ୍ଥାନରେ ଟ୍ରକ ଟର୍ମିନାଲ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି..୧୦୦ ରୁ ୩୦୦ ଟ୍ରକ ପାର୍କିଂ ବ୍ୟବସ୍ଥା ଥିବା ଏହି ଟ୍ରକ ଟର୍ମିନାଲଗୁଡ଼ିକର କାମ ୧୨ ରୁ ୧୮ ମାସ ମଧ୍ୟରେ ସରିବ । ଏଥିରେ ଡ୍ରାଇଭର ଓ ଟ୍ରାନ୍ସପୋର୍ଟର ମାନଙ୍କ ପାଇଁ ସବୁ ସୁବିଧା ରହିବ । ତେବେ ପୂର୍ବରୁ ବାରମ୍ବାର ଯୋଜନା କରି ଟ୍ରକ ଟର୍ମିନାଲ ନ କରିବାକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରଚାର ଅପେକ୍ଷା କାର୍ଯ୍ୟକାରିତା କୁ ବିଭାଗ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ବିଶେଷଜ୍ଞ।
ଅଧିକ ପଢନ୍ତୁ ଓଡ଼ିଶା ଖବର