Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drone Flies / ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ,ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

Bikash Mohanty
Browse all articles by Bikash Mohanty
·1 week ago·2 min read
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ,ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ
Shree Mandir

Key Points

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍
ସକାଳ ପ୍ରାୟ ୫:୩୦ ମିନିଟରେ ଉଡ଼ିଥିଲା ଡ୍ରୋନ୍
ମାଟିମଣ୍ଡପ ସାହି ଅଞ୍ଚଳରୁ ବେଆଇନ ଡ୍ରୋନ୍‌ ଜବତ
କଲିକତାର ଯୁବକ ଜୟକୃଷ୍ଣ ମଣ୍ଡଳ ଅଟକ


ପୁରୀ ୦୯।୦୭ : ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଏକ ଡ୍ରୋନ୍ ଉଡୁଥିବା ନଜରକୁ ଆସିଥିଲା। ଏହି ଖବରପାଇ ତୁରନ୍ତ ପୋଲିସ ଡ୍ରୋନକୁ ଧରିବା ପାଇଁ ଉଦ୍ୟମ କରି ସେଥିରେ ସଫଳ ହୋଇଥିଲା।

ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବା ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ପୋଲିସ ଟିମ୍ ତୁରନ୍ତ

ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ ସଫଳତାର ସହ ଜବତ କରିଥିଲା। ଏହାକୁ ପରିଚାଳନା କରୁଥିବା ଯୁବକ‌ଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ।
ତେବେ ଡ୍ରୋନ୍ ଉଡାଉଥିବା ଯୁବକ ଜଣକ କୋଲକାତାର ଜୟକୃଷ୍ଣ ମଣ୍ଡଳ। ପୋଲିସ ସମ୍ପୃକ୍ତ ଯୁବକକୁ ସିଂହଦ୍ୱାର ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଶ୍ରୀମନ୍ଦିର ଉପରେ ଓ ଏହାର ଚତୁଃପାର୍ଶ୍ଵରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ଏହି ଖବର: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ନିକଟରେ ‘ଅପରେସନ ଚକ୍ରବ୍ୟୁହ’, ପ୍ରଥମ ଥର ପାଇଁ ବ୍ୟବହାର ହେଲା ରୋବଟ୍

ଉଲ୍ଲେଖଯୋଗ୍ୟ ଆଉ କିଛିଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଏବେ ପୁରୀ ଚଳଚଞ୍ଚଳ । ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ‘ଅପରେସନ ଚକ୍ରବ୍ୟୁହ’।ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଥିଲା। ଶ୍ରୀମନ୍ଦିର ନିକଟରେ ହୋଇଥିଲା ଅପରେସନ ଚକ୍ରବ୍ୟୁହ। ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ ଅଗ୍ନିଶମ ବିଭାଗର ଲ୍ୟାଡର୍, K9 ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଏଥିରେ ସାମିଲ ଥିଲେ।
ଯଦି ଭୁଲ ବଶତଃ ଆତଙ୍କବାଦୀ ପ୍ରବେଶ କରନ୍ତି ତାକୁ କେମିତି ମୁକାବିଲା କରାଯିବ ତାହା ଦର୍ଶାଯାଇଛି । ଏହି ମକଡ୍ରିଲରେ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ବାହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କୁ ଆକ୍ରମଣ କରାଯାଇଥିଲା । ଓଡିଶା ପୋଲିସ, ବୋମା ନିସ୍କ୍ରିୟକାରୀ ଦଳ, ଡଗସ୍କାର୍ଡ,ଅଗ୍ନିମମ ବିଭାଗ ସହଯୋଗରେ ଏହି ମକଡ୍ରିଲ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drone Flies Over Shree Jagannath Temple in Puri, One Detained by Police | Odisha News | Argus News