Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rath Yatra Security Drill / ରଥଯାତ୍ରା ପାଇଁ ଶ୍ରୀମନ୍ଦିର ନିକଟରେ ‘ଅପରେସନ ଚକ୍ରବ୍ୟୁହ’, ପ୍ରଥମ ଥର ପାଇଁ ବ୍ୟବହାର ହେଲା ରୋବଟ୍

Santosh Kumar Sahoo
Browse all articles by Santosh Kumar Sahoo
·1 week ago·2 min read
ରଥଯାତ୍ରା ପାଇଁ ଶ୍ରୀମନ୍ଦିର ନିକଟରେ ‘ଅପରେସନ ଚକ୍ରବ୍ୟୁହ’, ପ୍ରଥମ ଥର ପାଇଁ ବ୍ୟବହାର ହେଲା ରୋବଟ୍
Ratha Yatra

Key Points

ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶରେ ସୁରକ୍ଷାବଳର ତୀକ୍ଷ୍ଣ ନଜର
ସମ୍ଭାବ୍ୟ ଆତଙ୍କବାଦୀ ହମଲା ରୋକିବାକୁ ‘STU’ର ରଣକୌଶଳ
ପ୍ରଥମ ଥର ପାଇଁ ବ୍ୟବହାର ହେଲା ଅତ୍ୟାଧୁନିକ ରୋବଟ୍
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬ ପାଇଁ ଏବେ ପୁରୀ ଚଳଚଞ୍ଚଳ । ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ‘ଅପରେସନ ଚକ୍ରବ୍ୟୁହ’ । ଶ୍ରୀମନ୍ଦିର ସମ୍ମୁଖରେ କୌଣସି ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ବଡ଼ଧରଣର ମେଗା ମକ୍ ଡ୍ରିଲ୍ କରାଯାଇଛି । ଓଡ଼ିଶା ପୋଲିସର ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ଏବଂ ଏସଓଜି କମାଣ୍ଡୋମାନେ ବଡ଼ଦାଣ୍ଡରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ହଠାତ୍ ରଥଯାତ୍ରା ଗହଳି ଭିତରେ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବନ୍ଧୁକ ଧରି ଅତର୍କିତ ଗୁଳିଚାଳନା କରିଥିଲେ । ଏହାପରେ ଅନେକ ଶ୍ରଦ୍ଧାଳୁଙ୍କୁ ପଣବନ୍ଦୀ ବା ହୋଷ୍ଟେଜ୍ କରି ଶ୍ରୀମନ୍ଦିର ସମ୍ମୁଖରେ ଥିବା ସୁଉଚ୍ଚ ବାଗେଡିଆ ବିଲ୍ଡିଙ୍ଗରେ ଆତ୍ମଗୋପନ କରିଥିଲେ । ଏହି ଖବର ପାଇବା ମାତ୍ରେ ପ୍ରଥମେ ଅଗ୍ନିଶମ ବିଭାଗ ପକ୍ଷରୁ ସେଠାରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିଲା । ଏହା ଏକ ଚ୍ୟାଲେଞ୍ଜିଂ ଅପରେସନ ଥିବାରୁ ଅତି ସତର୍କତାର ସହ ଅଗ୍ନିଶମ ବିଭାଗର ସୁଉଚ୍ଚ ଲ୍ୟାଡର୍ ଯୋଗେ କୋଠାକୁ ପ୍ରବେଶ କରିଥିଲେ STU ର କମାଣ୍ଡୋ ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ମତ୍ସ୍ୟ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ମତ୍ସ୍ୟ ଚାଷକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ


ପ୍ରଥମେ ପଣବନ୍ଦୀ ଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ଗୁଳିମାଡ଼ରେ ଆହତ ପୋଲିସ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଥିଲା । ଶେଷରେ ‘ଅପରେସନ ଚକ୍ରବ୍ୟୁହ’ ମାଧ୍ୟମରେ ଦୁଇ ଆତଙ୍କବାଦୀଙ୍କୁ ସଫଳତାର ସହ ନିପାତ କରାଯାଇଥିଲା । ରଥଯାତ୍ରା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ କିଭଳି ‘ରିଅଲ ଟାଇମ୍ ରେସ୍ପଣ୍ଡ’ ମାଧ୍ୟମରେ ରେସ୍କ୍ୟୁ ଅପରେସନ କରାଯିବ, ତାର ଚମତ୍କାର ଟ୍ରିକ୍ ଦେଖାଇଛି ଓଡ଼ିଶା ପୋଲିସ୍ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର । ଗତକାଲି ଠାରୁ ହିଁ ପୁରୀର ବିଭିନ୍ନ ସ୍ଥାନରେ ଏହିପରି ମେଗା ମକ୍ ଡ୍ରିଲ୍ କରାଯାଉଛି । ପ୍ରଥମେ ସକାଳେ ଏକ ତାରକା ହୋଟେଲରେ ଏବଂ ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଥିବାରୁ ସୁରକ୍ଷା ଦୃଷ୍ଟିରୁ ମକ୍ ଡ୍ରିଲ୍ ହେଉଥିବା ସ୍ଥାନର ଦୁଇ ପାର୍ଶ୍ୱ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଏହି ରୋମାଞ୍ଚକର ସୁରକ୍ଷା ଅଭ୍ୟାସକୁ ଦେଖିବା ପାଇଁ ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ଼ ଜମିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Chakravyuh Near Jagannath Temple: Odisha Police Deploys Robot for Rath Yatra Security Drill | Argus News