Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଯିବ ମେଡିସିନ୍ 

Odisha

ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଯିବ ମେଡିସିନ୍ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଯିବ ମେଡିସିନ୍ 

ରାୟଗଡା:  ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଯୋଗେ ଯିବ ମେଡିସିନ୍। ଆପଣଙ୍କୁ ଟିକେ ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ, ତାହା ପୁଣି ଓଡ଼ିଶାରେ।  ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଘଟଣା। ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବାର ଆରମ୍ଭ କରାଯାଇଛି।  ଏହି ପାଇଲଟ୍ ପ୍ରୋଜେକ୍ଟ ଭାରତର ଚତୁର୍ଥ ଜିଲ୍ଲା ଓ ଓଡ଼ିଶାର ଦ୍ବିତୀୟ ଜିଲ୍ଲାରେ ଆରମ୍ଭ ହୋଇଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇସାରିଛି। ସେହିପରି ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ଗୋଟିଏ ଲେଖାଏଁ ଜିଲ୍ଲାରେ ମଧ୍ୟ ଏହି ଵ୍ୟଵସ୍ଥା ହୋଇଛି। USAID ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଆଜିଠାରୁ ଜିଲ୍ଲାର ଦୁଇଟି ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାଯାଇଛି।

ଏହା ସଫଳ ହେବା ପରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳରେ ଡ୍ରେ|ନ ସାହାଯ୍ୟରେ ନମୁନା ଓ ଔଷଧ ପଠାଯିବ ବୋଲି ଜଣାପଡିଛି। ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ଶାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ବାଦାଦେବ ସିଂ ଓ ସିଡିଏମଓ ଲାଲମୋହନ ରାଉତରାୟଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏଭଳି ଏକ ଅଭିନବ ଯୋଜନା ଆରମ୍ଭ କରାଯାଇଛି। ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରୋନ ସାହାଯ୍ୟରେ ଔଷଧ ଓ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ। ଏହାକୁ ହ୍ୟାଣ୍ଡେଲ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ  ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମାମାନଙ୍କୁ ପଠାଯିବ। ଏଥିରେ ସମୟର ଅପଚୟ ସହିତ ରୋଗୀ ମଧ୍ୟ ଅପ ଖର୍ଚ୍ଚlନ୍ତରୁ ବଞ୍ଚିତ ହେବେ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drones will deliver medicine to remote areas | Argus News