President Odisha Visit Postponed / ବାତ୍ୟା ଆଶଙ୍କାରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ରାଷ୍ଟ୍ରପତି ଭବନରୁ ଆସିଲା ସୂଚନା
·52 mins ago·2 min read

Key Points
ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା
ସ୍ଥଗିତ ହେଲା ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ
ରାଷ୍ଟ୍ରପତି ଭବନରୁ ଆସିଲା ସୂଚନା

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ସ୍ଥଗିତ ରଖାଯାଇଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ପରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ପ୍ରଭାବ ପଡ଼ିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହି ଦୁଇ ଦିନିଆ ଗସ୍ତ ସମୟରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଥିଲା ।
ତେବେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ଓ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନୂଆ ଗସ୍ତ ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପରବର୍ତ୍ତୀ ସମୟରେ ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ ।
ସୂଚନା ଅନୁସାରେ, ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା । ପ୍ରଥମ ଦିନରେ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଡିଫେନ୍ସ ମେଗା ହେଲ୍ଥ କ୍ୟାମ୍ପର ପରିଦର୍ଶନ କରିଥାନ୍ତେ ରାଷ୍ଟ୍ରପତି । ଏହାସହ କଚେରୀ ପଡ଼ିଆରୁ ଭର୍ଚୁଆଲ୍ ମାଧ୍ୟମରେ ୩୭ଟି ଜାହେର ସ୍ଥଳର ବିକାଶ, ଗୋଶାଳା ଏବଂ ଆସେକା (ASECA) ଭବନର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗସ୍ତର ଦ୍ୱିତୀୟ ଦିନରେ ସେ ନୂତନ ସିଏସଡି (CSD) କ୍ୟାଣ୍ଟିନ୍ ଓ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବା ସହ ସିକିଲ୍ ସେଲ୍ ଆନିମିଆ ଆକ୍ରାନ୍ତଙ୍କ ସହ ଆଲୋଚନା କରିଥାନ୍ତେ । ରାଷ୍ଟ୍ରପତିଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି ମଧ୍ୟ କରାଯାଇଥିଲା ।
Related Topics
Explore more stories