Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drunk and Driving / ଅମାନିଆ ଗାଡ଼ି ଚାଳକ ସାବଧାନ ,ମଦ ପିଇ ଗାଡି ଚଳାଇଲେ ଗଣିବେ ତଣ୍ଡ

Bikash Mohanty
Browse all articles by Bikash Mohanty
·4 months ago·2 min read
ଅମାନିଆ ଗାଡ଼ି ଚାଳକ ସାବଧାନ ,ମଦ ପିଇ ଗାଡି ଚଳାଇଲେ ଗଣିବେ ତଣ୍ଡ
Rto

Key Points

ଅମାନିଆ ଗାଡ଼ି ଚାଳକ ସାବଧାନ
ଏଣିକି ମଦ ପିଇ ଗାଡି ଚଳାଇଲେ ଗଣିବାକୁ ପଡ଼ିବ ତଣ୍ଡ
ମାର୍ଚ୍ଚ ୨୧ରୁ ପରିବହନ ବିଭାଗ ଆରମ୍ଭ କରିବ ସ୍ୱତନ୍ତ୍ର ଅଭିଯାନ
ଅମାନିଆ ଗାଡ଼ି ଚାଳକ ସାବଧାନ ଏଣିକି ମଦ ପିଇ ଗାଡି ଚଳାଇଲେ ଗଣିବାକୁ ପଡ଼ିବ ତଣ୍ଡ। ଆସନ୍ତା ମାର୍ଚ୍ଚ ୨୧ରୁ ପରିବହନ ବିଭାଗ ଆରମ୍ଭ କରିବ ସ୍ୱତନ୍ତ୍ର ଅଭିଯାନ। ସାରା ରାଜ୍ୟରେ କଡ଼ାକଡ଼ି ହେବ ଯାଞ୍ଚ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆରଟିଓଙ୍କୁ ଏସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ ।

ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ମାର୍ଚ୍ଚ ୨୧ ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ । ବିଭିନ୍ନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁର ଅନୁସନ୍ଧାନ ଓ ତଥ୍ୟରୁ ଏହା ସ୍ପଷ୍ଟ ହେଉଛି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ତେଣୁ ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ଉଭୟ ସଚେତନତା ଓ ଏନଫୋର୍ସମେଣ୍ଟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଅଭିଯାନ ସାରା ରାଜ୍ୟରେ ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏଁ ଚାଲିବ। ଜିଲ୍ଲା ପ୍ରଶାସନ ଓ ପୋଲିସ ସହଭାଗିତାରେ ଏହି ଅଭିଯାନ କରାଯିବ। ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ। ଦୁର୍ଘଟଣାପ୍ରବଣ ସ୍ଥାନ, ରାଜପଥ, ପ୍ରମୁଖ ଛକ, ଖଣି ଓ ଶିଳ୍ପାଞ୍ଚଳକୁ ଦିଆଯିବ ଗୁରୁତ୍ୱ। ପୋଲିସ ସହଭାଗିତାରେ ଦ୍ରୁତଗତି, ନିଶାସକ୍ତ ଗାଡ଼ି ଚାଳନା ବିରୋଧରେ ହେବ କଡ଼ା ଯାଞ୍ଚ। ହେଲମେଟ ଯାଞ୍ଚ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ନାବାଳକ ଗାଡ଼ି ଚାଳନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

ଅଧିକ ପଢ଼ନ୍ତୁ: ପାଖେଇଲା ଓଡ଼ିଶା ପର୍ବ ୨୦୨୬; ଦିଲ୍ଲୀରେ ହେବ 'ପ୍ରକୃତି ଓ ସଂସ୍କୃତି'ର ମହାମିଳନ

ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚାଳନାର କଡ଼ାକଡ଼ି ହେବ ଯାଞ୍ଚ। ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ଯଥା ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ହେଲମେଟ୍, ସିଟବେଲ୍ଟ, ଦ୍ରୁତଗତିର ଭୟାବହତା ନେଇ ଲୋକଙ୍କୁ ବୁଝାଯିବ।

  ମଦ୍ୟପାନ କରି ଗାଡ଼ି ଚଳାଇବା ଏକ ଗମ୍ଭୀର ଅପରାଧ ଏବଂ ଏଥିପାଇଁ କଠୋର ଦଣ୍ଡବିଧାନ ରହିଛି। ସଂଶୋଧିତ ମୋଟର ଯାନ ଆଇନ (Motor Vehicles Act) ଅନୁଯାୟୀ, ଯଦି କେହି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼ନ୍ତି, ତେବେ ସେମାନଙ୍କୁ ଜରିମାନା ଓ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ପ୍ରଥମ ଥର ପାଇଁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଧରାପଡ଼ନ୍ତି, ତେବେ ୧୦,୦୦୦ ଟଙ୍କା ଜରିମାନା କିମ୍ବା ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଉଭୟ ହୋଇପାରେ। ସେହିପରି ଦ୍ଵିତୀୟ ଥର ଅପରାଧ କଲେ ଜରିମାନା ରାଶି ୧୫,୦୦୦ ଟଙ୍କାକୁ ବୃଦ୍ଧି ପାଇବା ସହ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।

ଏହା ବ୍ୟତୀତ, ଟ୍ରାଫିକ ପୋଲିସ ପକ୍ଷରୁ 'ବ୍ରେଥ୍ ଆନାଲାଇଜର' ମାଧ୍ୟମରେ ରକ୍ତରେ ଆଲକୋହଲ ପରିମାଣ (BAC) ଯାଞ୍ଚ କରାଯାଏ। ଯଦି ଏହା ୧୦୦ ମିଲିଲିଟର ରକ୍ତରେ ୩୦ ମିଲିଗ୍ରାମରୁ ଅଧିକ ହୁଏ, ତେବେ ତାହାକୁ ଅପରାଧ ଭାବେ ଗଣନା କରାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drunk Driving Crackdown: Special Transport Department Drive Starts March 21 | Argus News